ପୁରୀ (ବଡ଼ ଖବର ବ୍ୟୁରୋ): ପୁଣି ଝୁଲିଲା ବନକଲାଗି ନିଷ୍ପତ୍ତି । ଆଜି ବସିବାକୁ ଥିବା ପରିଚାଳନା କମିଟି ବୈଠକ ଘୁଞ୍ଚିଲା । ବୁୁଧବାର ବନକଲାଗି ହେବ କି ନାହିଁ ବଢିଲା ଦ୍ୱନ୍ଦ୍ୱ । ପରିଚାଳନା କମିଟିରେ ନିଷ୍କର୍ସ ବାହାରିବାର ଆଶା ଥିଲା । କିନ୍ତୁ ପୁଣି ନିରାଶ ହେବାକୁ ପଡ଼ିଛି । ପୂର୍ବରୁ ୨୭ ତାରିଖରେ ହେବାକୁ ଥିବା ବୈଠକ ବି ଘୁଞ୍ଚିଥିଲା ।
ବନକଲାଗି ନୀତିକୁ ନେଇ ସେବାୟତ ଓ ପ୍ରଶାସନ ମଧ୍ୟରେ ଚାଲିଛି ବିବାଦ । ସ୍ନାନପୂର୍ଣ୍ଣିିମା ପୂର୍ବରୁ ଶେଷଥର ହୋଇଥିଲା ଶ୍ରୀଜିଉଙ୍କ ବନକଲାଗି । ନୀଳାଦ୍ରିବିଜେ ପରେ ବନକଲାଗି ହେବାର ଥିଲା । କିନ୍ତୁ ଗୁରୁବାର-ବୁଧବାର ଭିତରେ ଅଟକିଛି ନିଷ୍ପତ୍ତି ।