ମହୁଆଙ୍କ ସହ ପିନାକୀଙ୍କ କ’ଣ ରହିଛି ସମ୍ପର୍କ? ବିଜେପି ଟାର୍ଗେଟରେ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିନାକୀଙ୍କୁ ବହିଷ୍କାର ଦାବି କଲା ବିଜେପି । ବିଜେପି ଟାର୍ଗେଟରେ ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର । ଅଭିଯୋଗର ଫର୍ଦ୍ଦ ଲମ୍ବେଇଲା ବିରୋଧୀ ଦଳ । ପଇସା ନେଇ ପ୍ରଶ୍ନ ପଚାରୁଛନ୍ତି ପିନାକୀ । ଖାଲି ସେତିକି ନୁହେଁ ମହୁଆଙ୍କୁ ସହ ପିନାକୀଙ୍କ କ’ଣ ରହିଛି ସମ୍ପର୍କ? ଏନେଇ ପ୍ରଶ୍ନ କଲା ଭାରତୀୟ ଜନତା ପାର୍ଟି । ଜନବିରୋଧୀ ନୀତିରେ ତାଙ୍କୁ ବହିଷ୍କାର କରାଯାଉ । ଏହା ସହ ଇଓଡବ୍ଲୁ ଦ୍ୱାରା ତଦନ୍ତ କରାନ୍ତୁ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଉଠିଲା ଦାବି ।

https://youtu.be/j0AnRmHFEZ0

ମହୁଆ ମୈତ୍ର କ୍ୟାସ ଫର୍ କ୍ୱେରୀ ମାମଲାରେ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ସଂପୃକ୍ତି ପ୍ରସଙ୍ଗ । ପିନାକୀ ମିଶ୍ରଙ୍କୁ କଳାପାହାଡ଼ ସହ ତୁଳନା କଲା ବିଜେପି । ଓଡ଼ିଶା ଗଣତାନ୍ତ୍ରିକ ଇତିହାସରେ କଳା ଅଧ୍ୟାୟ ଯୋଡ଼ି ହୋଇଛି । ଯେଉଁଠି ଜଗନ୍ନାଥ ଥାଆନ୍ତି ସେଠି କଳାପାହାଡ଼ ମଧ୍ୟ ଥାଏ । ପୁରୀ ସଂସଦୀୟ କ୍ଷେତ୍ର ସମଗ୍ର ଭାରତ ବର୍ଷରେ ନିନ୍ଦିତ ହୋଇଛି । ପୁରୀ ସାଂସଦ ପିନାକୀ ମିଶ୍ର ବିଜେଡ଼ି ସଂସଦୀୟ ଦଳର ନେତା । ପିନାକୀ ମିଶ୍ର ମହୁଆ ମୈତ୍ରଙ୍କ ସହ କଣ ଘନିଷ୍ଠତା ଅଛି ? ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସହ ମହୁଆ ମୈତ୍ରଙ୍କ ସମ୍ପର୍କ କଣ ? ପିନାକୀଙ୍କ କାର୍ୟ୍ୟ ଜନବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ କୁହନ୍ତୁ । ଯଦି ପିନାକୀ ମିଶ୍ର ଜନ ବିରୋଧୀ ତେବେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଦାବି କଲା ବିଜେପି । ଇଓଡବ୍ଲ୍ୟୁକୁ ତଦନ୍ତ ଭାର ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ତାହେଲେ କ୍ଷୀର ପାଣି ଅଲଗା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର