Masthead

ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚିତ ହେଲେ ବିଭୁ ତ୍ରିପାଠୀ

କଟକ(ବଡ଼ ଖବର ବ୍ୟୁରୋ): ବାର କାଉନିସଲରେ ନିର୍ବାଚିତ ହେଲେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ । ଓଡ଼ିଶା ହାଇକୋର୍ଟରେ ଦୀର୍ଘ ଦିନ ଧରି ଓକିଲାତି କରିଆସୁଛନ୍ତି ବିଭୁ ତ୍ରିପାଠୀ । ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ବିଭୁ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀ ମାନଙ୍କ ବିଜୟ ବୋଲି କହିଛନ୍ତି ।

ରାଜ୍ୟରେ ଆଇନଜୀବୀ ମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧିଲାଗି ଆଡ଼ଭୋକେଟ ଏକାଡେମୀ ପ୍ରତିଷ୍ଠା ସହିତ ସବୁ ବାରରେ ଇ-ଲାଇବ୍ରେରୀ ପାଇଁ ବନ୍ଦୋବସ୍ତ କରିବା, ରାଜ୍ୟ ଆଇନଜୀବୀ ପରିଷଦର ପ୍ରାଥମିକତା ଆଇନଜୀବୀମାନଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି ସହ ସେମାନଙ୍କୁ ରାଜ୍ୟସରକାର ସ୍ବାସ୍ଥ୍ୟବୀମା ଯୋଗାଇଦେବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ଆଇନଜୀବୀମାନଙ୍କର ସ୍ୱାଭିମାନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଆଇନଜୀବୀ ପରିଷଦରେ “ଗୋଟିଏ ବାର ଗୋଟିଏ ଭୋଟ” ପ୍ରସଙ୍ଗ ଉତ୍ଥାପନ କରି ବିଭୁ ତ୍ରିପାଠୀ ଆଇନଜୀବୀ ତଥା ବାର ଆସୋସିଏସନ ଦ୍ୱାରା ବିଭିନ୍ନ ସମୟରେ ଉଚ୍ଚ ପ୍ରସଂଶିତ ହୋଇଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ , ବାଙ୍ଗାଲୋର ଆଇନ ବିଶ୍ୱବିଦ୍ୟାଳୟ ଓ ସିଙ୍ଗାପୁରରେ ଆଇନ ସମ୍ବନ୍ଧୟ ପାଠ ପଢ଼ିବା ସହ ଭାରତୀୟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ କାର୍ୟ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ