Before Header

ରାଜ୍ୟ ଗର୍ବର ସହ ପାଳୁଛି ସମ୍ବଲପୁରୀ ଦିନ୍

0 51

ସମ୍ବଲପୁର  (ବଡ଼ ଖବର ବ୍ୟୁରୋ):  “ସମ୍ବଲପୁର ମାଟି ପାନି ଝଲସି ହୀରା ନୀଲା ଜୟ ଜୟ ମାଁ ସମଲେଇ ଗୋ ଧନ୍ ଧଏନ୍ ତୋର ଲୀଲା ।” ଏହି ଗୀତର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପୁଣ୍ୟ ଜୟନ୍ତୀରେ ଉଠୁଛି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଆଉ ସମସ୍ତେ ଗର୍ବରେ ପାଳନ କରୁଛନ୍ତି ସମ୍ବଲପୁରୀ ଦିନ୍ । ଆଜି ସମ୍ବଲପୁରୀ ଦିନ୍ । ଅଗଷ୍ଟ ୧ ସମ୍ବଲପୁରୀ ଦିନ୍ । “ସମ୍ବଲପୁର ମାଟି ପାନି ଝଲସି ହୀରା ନୀଲା ଜୟ ଜୟ ମାଁ ସମଲେଇ ଗୋ ଧନ୍ ଧଏନ୍ ତୋର ଲୀଲା ।” ଏହି ଯୁଗାନ୍ତକାରୀ କବିତା ଲେଖିଛନ୍ତି ସମ୍ବଲପୁରୀ ଭାଷାର ମହାନ କବି ତଥା ଗୁରୁ ସତ୍ୟନାରାୟଣ ବହିଦାର । ଯାହାଙ୍କ ସୃତିରେ ସମଗ୍ର ପଶ୍ଚିମ ଓଡିଶାରେ ଆଜି ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଗୁରୁ ସତ୍ୟନାରୟଣ ବୋହିଦାର । ଜଣେ ବ୍ୟକ୍ତି ନୁହଁନ୍ତି ଏକ ଅନୁଷ୍ଠାନ । ଆଜିର ଦିନରେ ଭୂମିଷ୍ଠ ହୋଇଥିଲେ ଗୁରୁ ସତ୍ୟନାରୟଣ ବୋହିଦାର । ସମ୍ବଲପୁରୀ ଭାଷାକୁ ତାଙ୍କର ବଳିଷ୍ଠ ଅବଦାନ ତାଙ୍କୁ ଅମର କରି ରଖିଛି । ପୁସ୍ତକ ମାଧ୍ୟମରେ ସେ ଭାଷା ପ୍ରଚାରରେ ଅବଦାନକୁ ବାଖ୍ୟା କରି ସମ୍ବଲପୁରୀ ଭାଷାକୁ ଆଜିର ପରିଚୟ ପ୍ରଦାନ କରିଛି ।

ତାଙ୍କୁ ଧନ୍ୟବାଦ ସମ୍ବଲପୁରୀ ଆଜି କେବଳ ସ୍ଥାନୀୟ କାରିଗରମାନେ ବୁଣୁଥିବା କପଡା ଡିଜାଇନ ସୀମିତ ନୁହେଁ ବରଂ ଏହା ନିଜକୁ ଏହି ଅଞ୍ଚଳର ସଂସ୍କୃତି ଏବଂ ପରମ୍ପରାରେ ସମୃଦ୍ଧ ଏକ ଜୀବନ୍ତ ଭାବରେ ପ୍ରତିଷ୍ଠିତ କରିଛି । ସମ୍ବଲପୁରୀ ଭାଷା ଏବଂ ବ୍ୟାକରଣ ଅଗ୍ରଦୂତ ଭାବରେ ଜଣାଶୁଣା ବୋହିଦାର ୧୯୧୩ ମସିହା ଅଗଷ୍ଟ ୧ତାରିଖରେ ସୋନପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ମିତ୍ରଭାନୁ ବହିଦାର । ଅତି ପିଲାବେଳୁ ତାଙ୍କ ସରସ୍ୱତ ପ୍ରତିଭା ଫୁଟି ଉଠିଥିଲା । ୧୦ବର୍ଷ ବୟସରଙ୍କ ସେ ମାଆଙ୍କୁ ହରାଇଥିଲେ । ପରେ ସେ ଚାଲିଆସିଥିଲେ ସମ୍ବଲପୁର । ସେଠାରେ ତାଙ୍କର ଶୈଶବ ଓ ପୌଗଣ୍ଡ ବିତାଇଛନ୍ତି । ସମ୍ବଲପୁର ଜିଲ୍ଲା ସ୍କୁଲରେ ପଢିବା ବେଳେ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ତୁଳସୀ ଦୁଇ ପତ୍ରରୁ ବାସେ । ଏହା ତାଙ୍କ ଜୀବନରେ ଘଟିଛି । ଦଶମ ଶ୍ରେଣୀରେ ପଢୁଥିବା ବେଳେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ପୁସ୍ତକ ।

ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସଫଳତା ତାଙ୍କ ପାଖକୁ ଆସିଛି । ଯେଉଁ ସ୍କୁଲରେ ପଢୁଥିଲେ, ସେ ସେଇ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ବରଗଡର ଏକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଗୁରୁ ସତ୍ୟନାରୟଣ ବୋହିଦାର ସମ୍ବଲପୁରୀ ଭାଷାରେ ଏକ ଅଭିଧାନ ଏବଂ ବ୍ୟାକରଣ ‘କୋଶଲି ଭାଷାକୋଶ’ ମଧ୍ୟ ପ୍ରକାଶ କରିଛନ୍ତି । ‘ଟିକ୍ ଚହନ୍ରା’ ଗାଭଭଭୋ ଏବଂ ଗୁଭୁକ୍ଡୁ ଭଳି ଅନେକ ସୃଷ୍ଟିର ଶ୍ରଷ୍ଟା ଗୁରୁ ସତ୍ୟନାରୟଣ ବୋହିଦାର ଅନେକ ହୃଦୟସ୍ପର୍ଶୀ କବିତା ମଧ୍ୟ ଲେଖିଥିଲେ । ସେ ଅନ୍ୟମାନଙ୍କୁ ସମ୍ବଲପୁରୀ ଭାଷାରେ ଲେଖିବାକୁ ପ୍ରେରଣା ଦେଉଥିଲେ । ଉତ୍ସାହିତ ମଧ୍ୟ କରୁଥିଲେ । ସମ୍ବଲପୁରର ପାଣି, ପବନ, ପାହାଡ, ପର୍ବତ ତାଙ୍କୁ କରୁଥିଲା ଆନମନା । ସେଥିରୁ ସେ ପାଉଥିଲେ ପୁଳା ପୁଳା ପ୍ରେରଣା । ମାଟି ମନସ୍କ ଗୁରୁ ସତ୍ୟନାରୟଣ ବୋହିଦାର ରାସ୍ତାରେ କାହାକୁ ଦେଖୁଥିଲେ ସମ୍ବଲପୁରୀ ଭାଷାରେ ଲେଖ, ସମ୍ବଲପୁରୀ ଭାଷାରେ କୁହ, ସମ୍ବଲପୁରୀ ପୋଷାକ ପିନ୍ଧ ବୋଲି କହୁଥିଲେ ।

“ସମ୍ବଲପୁରର ତୁମେ ବାବୁ ତୁମର ସମ୍ବଲପୁର
ଅବଲ ସମ୍ବଲପୁରୀ ଲେଖ ସମ୍ବଲପୁରୀ ସୁର”

ସମ୍ବଲପୁରୀ ସାହିତ୍ୟକୁ ଗୁରୁ ସତ୍ୟନାରୟଣ ବୋହିଦାର ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ । ଏହି ପ୍ରତିଥିଯଶା ବ୍ୟକ୍ତିତ୍ୱ୧୯୮୦ ଡିସେମ୍ବର ୩୧ରେ ଉଭେଇ ଯାଇଛନ୍ତି ସତ, କିନ୍ତୁ ସମ୍ବଲପୁରୀ ସାହିତ୍ୟ, ଭାଷା ଓ ସଂସ୍କୃତିକୁ ତାଙ୍କର ବଳିଷ୍ଠ ଅବଦାନ ତାଙ୍କୁ ଚିରଦିନ ଅମର କରିରଖିବ । ୨୦୧୩ରେ ତାଙ୍କର ଜନ୍ମ ଶତବାର୍ଷିକୀରେ ପଶ୍ଚିମାଚଂଳ ଏକତା ମଂଚ ଏହି ଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରିବାକୁ ନିଷ୍ପତି ନେଇଥିଲ । । ସେହି ଦିନଠାରୁ ପ୍ରତିବର୍ଷ ଅଗଷ୍ଟ ୧ରେ ସାରା ପଶ୍ଚିମ ଓଡିଶା ଗର୍ବର ସହ ପାଳୁଛି ସମ୍ବଲପୁରୀ ଦିନ୍ ।

Leave A Reply

Your email address will not be published.