Masthead

୧୨ ଲକ୍ଷର ବାଣ ଜବତ, ୨ ଗିରଫ

ବାଣପୁର (ବଡ଼ ଖବର ବ୍ୟୁରୋ): ବାଣପୁର ଥାନା ପଦ୍ମପୁର ଗାଁରେ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରା ବାଣବିକ୍ରି କାରବାରରେ ୨ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଉକ୍ତ ଗାଁର ବ୍ୟବସାୟୀ ଅଶୋକ କୁମାର ପାତ୍ର ଓ ସହଯୋଗୀକୁ ଗିରଫ କରିବା ସହ ଦୋକାନ, ସମ୍ପର୍କିୟଙ୍କ ଘର ଓ ନିଜ ବାସଭବନରୁ ବିପୁଳ ପରିମାଣର ବାଣ ଜବତ ହୋଇଛି । ଆନୁମାନିକ ୧୨ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କରୋନା ପରିସ୍ଥିତିକୁ ନଜରରେ ରଖି ସରକାରଙ୍କ ଦ୍ୱାରା ବାଣ ବିକ୍ରିକୁ ବାରଣ କରାଯାଇଥିବା ବେଳେ ତହସିଲଦାର ଓ ପୋଲିସ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରଦ୍ୱାରା ବାରମ୍ବାର ଅବଗତ କରାଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ତିକ୍ଷଣ ଦୃଷ୍ଟିରଖିବା ସହ ପେଟ୍ରୋଲିଂ ଜାରିରଖିଛି । ବିପୁଳ ପରିମାଣର ବାଣ ରଖିଥିବାର ଖବର ପାଇବା ପରେ ଶନିବାର ବାଲୁଗାଁ ଏସଡିପିଓ ସନ୍ତୋଷ କୁମାର ଦାସଙ୍କ ତତ୍ୱାବଧାନରେ ବାଣପୁର ଥାନା ଏସଆଇ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ମିଳିତ ଭାବେ ଏକ ଟିମ୍ ୩ଟି ସ୍ଥାନରେ ଚଢାଉକରି ବାଣ ଜବତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା