Masthead

ବାଣପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଣପୁର(ବଡ଼ ଖବର ବ୍ୟୁରୋ): ବାଣପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ । ନିର୍ବାଚନ କୁ ଅବାଧ ଏବଂ ନିରପେକ୍ଷ ଭାବେ କରିବା ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇ । ବାଣପୁର ଥାନା ଠାରୁ ମୁଖ୍ୟ ବଜାର ଦେଇ ପଲଟଣ ପଡିଆ ପର୍ଯ୍ୟନ୍ତ ଏହି ଫ୍ଲାଗ ମାର୍ଚ୍ଚ କରାଯାଇ ଥିଲା । ଆସନ୍ତା ସାଧାରଣ ନିର୍ବାଚନକୁ ନିର୍ଭୟ ଓ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ନିମନ୍ତେ ଜନ ସଚେତନା କରାଯାଇଛି।

ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଅଧିକ୍ଷକ,୪ ଜଣ ଉପ ଅଧିକ୍ଷକ ଙ୍କ ସମେତ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟକୃଷ୍ଣ ପରିଡାଙ୍କ ସମେତ ୬ ଜଣ ଆରକ୍ଷୀ ନିରୀକ୍ଷକ ଏକ ପ୍ଲାଟୁନ ପୋଲିସ ସହ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ପରେ ଗମ୍ଭାରୀମୁଣ୍ଡା ବଜାରରେ ମଧ୍ୟ ଏହି ଫ୍ଲାଗ ମାର୍ଚ୍ଚ ହୋଇଥିଲା । ଜିଲ୍ଲା ରେ ପର୍ଯ୍ୟାୟ କ୍ରମେ ଏହି ଫ୍ଲାଗ ମାର୍ଚ୍ଚ ହେଉଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ନାଚୁଣୀ ଥାନା ଅନ୍ତର୍ଗତ ୧୬ ଟି ସମ୍ବେଦନଶୀଳ ଏବଂ ଦୁଇଟି ଅତି ସମ୍ବେଦନ ଶୀଳ ବୁଥ ଅଂଚଳରେ ଏପରି ମାର୍ଚ୍ଚ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ