Masthead

ଚିରା ପଲିଥିନ ତଳେ ଜୀବନ

ବଙ୍ଗୋମୁଣ୍ଡା (ବଡ଼ ଖବର ବ୍ୟୁରୋ): ସରକାର ବିଭିନ୍ନ ଯୋଜନାରେ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ସମସ୍ତ କଚ୍ଚାଘରକୁ ପକ୍କା କରିବାର ସ୍ଲୋଗାନ ଦେଉଥିବା ବେଳେ ବର୍ଷବର୍ଷ ଧରି ବୃଦ୍ଧା ଜଣକ ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନପଡିବା ଅତ୍ୟନ୍ତ ପରିତାପର ବିଷୟ ।

ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକର ଅଲଣ୍ଡା ପଞ୍ଚାୟତର ବକାଗୁରା ଗ୍ରାମର ଦଳିତ ବୃଦ୍ଧ କୃଷ୍ଣ ମହାନନ୍ଦ । ବୟସ ୭୦ । ଗତ ୧୨ ବର୍ଷ ହେଲା ହେବ ଘର ଖଣ୍ଡିଏ ନ ଥିବାରୁ ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ବର୍ଷା ହେଉ କି ଶୀତ ଚିରା ପଲିଥିନ ଢଙ୍କା ଭଙ୍ଗା ଦଦରା ଚାଳ ହିଁ ତାଙ୍କର ଆପଣାର । ସେଇଠାରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ପରିବାର କହିଲେ ସେ ଜଣେ । ସ୍ତ୍ରୀ ୧୪ ବର୍ଷ ହେଲା ଆରପାରିକୁ ଚାଲିଗଲେଣି । ପୁଅ ଝିଅ ମଧ୍ୟ କେହି ନାହାନ୍ତି । ଏକା ଏକା ଅସହାୟ ଅବସ୍ଥାରେ ବାଟ ଚାଲିଛନ୍ତି ।

ବାରମ୍ବାର ଗୁହାରୀ କରି ନୟାନ୍ତ ହୋଇଯିବା ପରେ ଘର ଖଣ୍ଡିଏ ମିଳିବା ଆଶା ମଧ୍ୟ ଛାଡିଦେଇଛନ୍ତି । ଅତି ଦୟନୀୟ ଅବସ୍ଥାରେ ରହୁଥିବା ବୃଦ୍ଧା ଜଣଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସଂପର୍କରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯବି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା