Masthead

ଆବାସ ଯୋଜନାରେ ମହାଘୋଟାଲା

ଝରିଗାଁ (ବଡ଼ ଖବର ବ୍ୟୁରୋ): କଚ୍ଚାଘର ରହିବ ନାହିଁ । ସମସ୍ତଙ୍କୁ ମିଳିବ ପକ୍କାଘର । ଏହି ଲକ୍ଷ୍ୟରେ ଗରିବ ଲୋକଙ୍କ ଲାଗି ସରକାର କରିଛନ୍ତି ଆବାସ ଯୋଜନା । ଥିଲାବାଲା ପାଉଛନ୍ତି ପକ୍କାଘର । ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡ଼ୁଛନ୍ତି । ଏମିତିକି ଘର କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବା ଦେଖିବାକୁ ମିଳୁଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିତାଧିକାରୀ ଘର କରି ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ମିଳିନାହିଁ ଟଙ୍କା ।

ଇଛାପୁର ପଞ୍ଚାୟତ କାଦମଲି ଗାଁର କମଲ ମାଝୀ । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ମିଳିଥିଲା । ସୀରକାରୀ ବାବୁମାନେ ୱାର୍କଅର୍ଡର ନଦେଇ ମୌଖିକ ଭାବରେ ତାଙ୍କୁ ଘର କାମ କରିବାକୁ କହିଥିଲେ । ଚାଳ ଛପର ଘରକୁ ଭାଙ୍ଗି ପକ୍କାଘର କାମ ଆରମ୍ଭ କରିଥିଲେ କମଲ । ଧାର ଉଦ୍ଧାର କରି ବର୍ଷେ ମଧ୍ୟରେ ଛାତ ପର୍ଯ୍ୟନ୍ତ କାମ କରିଦେଇଥିଲେ ସୁଦ୍ଧା ଆକାଉଣ୍ଟକୁ ଗୋଟିଏ ବି କିସ୍ତି ଟଙ୍କା ଆସିନଥିଲା । ବ୍ଲକକୁ ବାରମ୍ବାର ଧାଇଁଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବଡ଼ ଖବର ପ୍ରତିନିଧୀଙ୍କ ଅନୁସନ୍ଧାନ ପରେ ଜଣା ପଡିଛି କି କମଲଙ୍କ ବଦଳରେ ତାଙ୍କ ନାଁରେ ଅନ୍ୟଜଣଙ୍କ ଆକାଉଣ୍ଟକୁ ଲକ୍ଷେଟଙ୍କା ଯାଇଛି । ସେହିପରି ଅନ୍ୟଜଣେ ହିତାଧିକାରୀ ଚୁନ୍ଦିଆ ଜାନୀଙ୍କ ମଧ୍ୟ ଘର କରିଥିଲେ ସୁଦ୍ଧା ଅନ୍ୟଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ।

କୁଜି ନେତା ଓ କିଛି ସରକାରୀ ବାବୁମାନେ ହିତାଧିକାରୀଙ୍କଠାରୁ ଟଙ୍କା ଖାଇ ଘର ବାଣ୍ଟୁଛନ୍ତି । ପାତର ଅନ୍ତର କରି ଘର ବଣ୍ଟା ହେଉଥିଛି । ସେପଟେ ଧାର ଉଦ୍ଧାର କରି ଲୋକେ ଘର କରୁଥିଲେ ସୁଦ୍ଧା ସେମାନଙ୍କ ଆକାଉଣ୍ଟକୁ ଟଙ୍କା ନ ଯାଇ ଅନ୍ୟ ଲୋକଙ୍କ ଖାତାକୁ ଟଙ୍କା ଯାଉଛି କେମିତି । ଉକ୍ତ ଘଟଣାରେ କେଉଁମାନେ ଜଡିତ ଅଛନ୍ତି ତାକୁ ନେଇ ଉଠିଛି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ । ଜିଲ୍ଲାପ୍ରଶାସନ ଏଦିଗରେ କଣ ପଦକ୍ଷେପ ନେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ