Masthead

ବାଙ୍କୀ ବୋମାମାଡ଼ ଘଟଣା, ୮ ଗିରଫ

ବାଙ୍କୀ, (ବଡ଼ ଖବର ବ୍ୟୁରୋ): ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ବୋମାମାଡ଼ ପରେ ପଥରରେ ମୁହଁକୁ ଛେଚି ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣାରେ  ବାଙ୍କୀ ପୋଲିସ  ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରିଛି ।ମୋଟ ୮ ଜଣଙ୍କୁ ଗିରଫ କରି ୨୮୩ /୨୦ରେ ହତ୍ୟା ଅଭିଯୋଗରେ ମାମଲା ରୁଜୁକରି ୧୪୭,୧୪୮,୩୪୧,୩୩୮,୪୨୭,୧୪୯,୨୭ ୩୦୨,୩୪, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନା ଥାଉକି, ଗତ ୨୪ ତାରିଖ ସକାଳେ ପୂର୍ବ ଶତ୍ରୁତାକୁ ନେଇ ଘୋଳପୁର ଗାଁର କିଛି ଦୁର୍ବତ୍ତ ଯୋଜନା ମୁତାବକ ଦୋଳମଣ୍ଡପ ପଡ଼ିଆଠାରେ ଗୋବିନ୍ଦ ବେହେରାଙ୍କ ଉପରକୁ ବୋମାମାଡ଼ କରିଥିଲେ । ଗୋବିନ୍ଦ ବାଇକରୁ ତଳେ ପଡ଼ିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁହଁକୁ ନିର୍ମମ ଭାବେ ପଥରରେ ଛେଚି ପକାଇଥିଲେ । ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଘଟଣାରେ ମୋଟ ୮ ଜଣଙ୍କୁ ଗିରିଫ କରିଛି ବାଙ୍କୀ ପୋଲିସ । ୫ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି।

ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ହତ୍ୟାକାଣ୍ଡରେ ମାଷ୍ଟରମାଇଣ୍ଡ ଥିବା ଶାସକ ଦଳର ନେତା ତଥା ପୂର୍ବତନ ରାଜ୍ୟ ସମବାୟ ସମିତିର ନିର୍ଦେଶକ ଗତିକୃଷ୍ଣ ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଯୋର ଚର୍ଚ୍ଚା ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା