Masthead

ଆଇପିଏଲ ସିଜନ-୧୩: ମୁମ୍ବାଇ-ବାଙ୍ଗାଲୋର ଟକ୍କର, ପ୍ଲେ ଅଫକୁ ଯିବ ବିଜୟୀ ଦଳ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୮ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରୋହିତ ଶର୍ମାଙ୍କ ଦଳକୁ ଟକ୍କର ଦେବେ ବିରାଟ କୋହଲି । ଆଜି ଉଭୟ ଦଳ ସେମାନଙ୍କ ଦ୍ୱାଦଶ ମ୍ୟାଚ ଆବୁଧାବିରେ ଖେଳିବେ । ମୁମ୍ବାଇ ୧୧ଟି ମ୍ୟାଚ ଖେଳି ୭ଟି ବିଜୟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ବାଙ୍ଗାଲୋର ୧୧ ମ୍ୟାଚରୁ ୭ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚକୁ ଜିତି ପ୍ରଥମେ ପ୍ଲେ ଅଫକୁ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଅପରପକ୍ଷରେ ରୋହିତ ଶର୍ମା ଆହତ କାରଣରୁ ଗତ ଦୁଇ ମ୍ୟାଚରେ ଖେଳିପାରି ନାହାନ୍ତି । ଆଜିର ମ୍ୟାଚରେ ମଧ୍ୟ ସେ ଖେଳିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି । ଯଦି ରୋହିତ ନ ଖେଳନ୍ତି ତାଙ୍କ ଅନୁପସ୍ଥିତିକୁ ସୁଯୋଗଭାବେ ନେଇ ଆଜି ବିରାଟ ବାହିନୀ ମ୍ୟାଚକୁ ନିଜ ନାମରେ କରିବାକୁ ଚେଷ୍ଟା କରିବ ।
ଆଇପିଏଲ ଇତିହାସରେ ଉଭୟ ୨୬ଥର ସାମ୍ନାସାମ୍ନି ହୋଇଛନ୍ତି । ମୁମ୍ବାଇ ୧୬ଥର ଏବଂ ବାଙ୍ଗାଲୋର ୧୦ଥର ବାଜି ମାରିଛି । ଚଳିତ ସିଜନରେ ଖେଳାଯାଇଥିବା ମୁକାବିଲାରେ ଆରସିବି ସୁପର ଓଭରରେ ମୁମ୍ବାଇକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ଗତ ମ୍ୟାଚ ପରାଜୟର ପ୍ରତିଶୋଧ ନେବା ସହ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ମୁମ୍ବାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ