Masthead

ହବିତୁଲ୍ଲା ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ତାଲିବାନ ସରକାର

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିଛି । ଏହା ପରେ ସର୍ବୋଚ ନେତାଙ୍କ ନାଁ ମଧ୍ୟ ଘୋଷଣା କରିଛି । ତାଲିବାନର ଅସ୍ଥାୟୀ ସରକାରରେ ମୁଲ୍ଲା ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏବେ ତାଙ୍କ ଉପରେ ମୁଲ୍ଲା ହବିତୁଲ୍ଲା ଅଖୁନ୍ଦଜାଦା ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କ ନେତୃତ୍ୱରେ ହିଁ ଆଫଗାନରେ ତାଲିବାନ ସରାକାର କାମ କରିବ ।

ଆଫଗାନିସ୍ତାନରେ ତାଲିବାନ ନିଜ ସରକାର ଗଠନ କରିବା ପରେ ଧିରେ ଧିରେ ତାଲିବାନର ଅସଲ ଚେହେରା ପଦାକୁ ଆସୁଛି । ବିଶ୍ୱ ଆଗରେ ନିଜକୁ ଭଲ କହୁଥିବା ତାଲିବାନ କୃରତାର ସୀମା ଡେଇଁ ଶାସନ କରୁଛି । ହିସାଂ, ଅକଥନୀୟ ଅତ୍ୟାଚାରର ଶୀକାର ହେଉଛନ୍ତି ଆଫଗାନିବାସୀ । ତେବେ ମୁଲ୍ଲା ଅଖୁନ୍ଦଜାଦା ଏବେ ତାଲିବାନର ସୁପ୍ରିମ ଲିଡର ଅଛନ୍ତି । ତାଙ୍କ ନିର୍ଦ୍ଦେଶରେ ହିଁ ସଂଗଠନ ସବୁକିଛି କାମ କରୁଛି ।

ଅଖୁନ୍ଦଜାଦା ୨୦୧୬ ରୁ ହିଁ ତାଲିବାନର ରାଜନୀତିକ,ଧାର୍ମିକ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସବୁକିଛି ସମ୍ଭାଳି ଆସୁଛନ୍ତି । ଏପଟେ ସଂଗଠନର ଘୋଷଣା ଅନୁଯାୟୀ, ମୁଲ୍ଲା ହସନ ଅଖୁନ୍ଦଜାଦା ହେଉଛନ୍ତି ଦେଶର କାମଚଳା ପ୍ରଧାମନ୍ତ୍ରୀ । ଚଳିତ ସପ୍ତାହରେ ହିଁ ତାଲିବାନ ନିଜର ଅସ୍ଥାୟୀ ସରକାର ଗଠନ କରିଛି । ସବୁଠାରୁ ବଡ କଥା ହେଲା ତାଲିବାନୀ ସରକାରରେ ଥିବା ୩୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮ ଜଣଙ୍କୁ ମିଳିତ ଜାତି ସଂଘ ଓ ଅନ୍ୟାନ୍ୟ ଦେଶ ପକ୍ଷରୁ ଆତଙ୍କବାଦୀର ମାନ୍ୟତା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ