Masthead

ଆଶୀର୍ବାଦ-ସଞ୍ଜୟଙ୍କ ଜାତକ ସମୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ଯାହା କିଛି ଘଟିଲା ତାହା ବିଶ୍ୱ ଦେଖିଲା । ଚର୍ଚ୍ଚାକୁ ନେଇ ମୁଣ୍ଡ ତଳକୁ ହୋଇଗଲା । ଆଗାମୀ ଦିନରେ କଟକକୁ ମ୍ୟାଚ ମିଳିବ କି ନାହିଁ ତାହା ସନେ୍ଦହ । ଏତେ ବଡ଼ ଘଟଣାକୁ ଦେଖିଲେ ଲାଗୁଛି ଯେମିତି ଏଥିପାଇଁ କିଏ ଦାୟୀ ହେବ? ୧୦ ଦିନ ମଧ୍ୟରେ ଓସିଏ ଜବାବକୁ ଦେବାକୁ କହିଛନ୍ତି କ୍ରୀଡ଼ା ମନ୍ତ୍ରୀ । କଟକ ବାରବାଟୀ ଷ୍ଟାଡିୟମର ଦାୟିତ୍ୱ ଏବେ ବେହେରା ପରିବାର ହାତରେ । ରାଜ୍ କରୁଛନ୍ତି ଆଶୀର୍ବାଦ ବେହେରା ଓ ସାନପୁଅ ସଞ୍ଜୟ ବେହେରା । ୨୦୦୦ ମସିହାରୁ ଏହି ବାପ-ପୁଅଙ୍କ ଦାୟିତ୍ୱରେ ଓଡ଼ିଶା କ୍ରିକେଟର ଭାଗ୍ୟ ଭବିଷ୍ୟତ । ଓଡିଶା କ୍ରିକେଟକୁ ୯୯ ବର୍ଷ ଲିଜ୍ରେ ନେଇ ଯାଇଛନ୍ତି ବୋଲି ଆପଣ ଭାବିନେଇପାରନ୍ତି । ଓଡ଼ିଶା କ୍ରିକେଟ ସଂଘ ସଭାପତି ଥିବା ଆଶୀର୍ବାଦ ୨୦୦୦ରୁ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଲେ । ଲୋଧା କମିଟି ସୁପାରସ କ୍ରମେ ସୁପ୍ରିମକୋର୍ଟ ବିସିଆଇରେ ସୁଧାର ଆଣିଲେ । ତେଣୁ ଆଶୀର୍ବାଦ ବେହେରା କ୍ରିକେଟ ସଂଘ ସଭାପତି ପଦରୁ ହଟିଗଲେ । ଏହାପରେ ୨୦୨୦ରୁ ଓଡ଼ିଶା ଫୁଟବଲ ସଂଘର ସମ୍ପାଦକ ହେଲେ ।

ଏହାରି ଭିତରେ ଚତୁରତାର ସହ ତାଙ୍କ ପୁଅ ସଞ୍ଜୟ ବେହେରାଙ୍କୁ ସେ ସ୍ଥାନରେ ବସାଇଦେଲେ । ତାଙ୍କ ପୁଅ ସଞ୍ଜୟ ଏବେ କ୍ରିକେଟ ସଂଘର ସମ୍ପାଦକ । ଖେଳକୁ ନେଇ ଯାହାଙ୍କ କୌଣସି ଅଭିଜ୍ଞତା ନାହିଁ । ଆଶୀର୍ବାଦଙ୍କ ନାଁରେ ଷ୍ଟାଡିୟମ ସଂପ୍ରସାରଣ ନାଁରେ ସରକାରୀ ଜମି ହଡ଼ପ ମାମଲା ରହିଛି । କ୍ରୀଡ଼ା ଭିତ୍ତିଭୂମି ତିଆରି ନାଁରେ ବିବାହ ମଣ୍ଡପ, ଦୋକାନ କରି କୋଟ କୋଟି ଟଙ୍କା ହଡ଼ପ ଅଭିଯୋଗ ରହିଛି । ଚିଟଫଣ୍ଡ ଦୁର୍ନୀତିରେ ଆଶୀର୍ବାଦଙ୍କ ବିରୋଧରେ ସିବିଆଇରେ ମାମଲା ରହିଛି । ୨୦୧୯ ସେପ୍ଟେମ୍ବର ରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କ୍ରିକେଟର ଉନ୍ନତି କମ୍ ନିଜର ଉନ୍ନତି କରିଛନ୍ତି ଏବେ ବର୍ଷ ଭିତରେ କହିଲେ ଚଳେ । ବିଜେଡି ସମୟରେ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ରହିଲେ । ବିଜୁ ଜନତା ଦଳର ଜୟଗାନ କଲେ । କ୍ରୀଡା ରାଜନୀତିରେ ରହିବା ପାଇଁ ନବୀନ ସରକାରଙ୍କ ସମୟରେ ଅତି ତଳ ସ୍ତରକୁ ବି ଗଲେ । ବାକି ଯାହା କରିବା କଥା କଲେ । ନିଜ ପଦପଦବୀ ବଂଚେଇ ରଖିଲେ । ପଇସା ଆଉ ପାୱାର ଉପଭୋଗ କଲେ ।

ନବୀନ ଚାଲିଗଲେ ପାଓାରରୁ । ଖେଳ ପଲଟିଲା । ବିଜେପି ପାୱାରକୁ ଆସିଲା । ନବୀନଙ୍କୁ ଭୁଲିଗଲେ ବାପା-ପୁଅ । ସିଧା ପହଁଚିଗଲେ ମୋହନ ମାଝୀଙ୍କ ପାଖରେ । ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଲେ । ତା ପରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିଲେ । ରାଜ୍ୟ କ୍ରୀଡା ବିଷୟରେ ଚର୍ଚ୍ଚା କଲେ । ଆଶୀର୍ବାଦ ବେହେରା ଏବଂ ସଂଜୟ ବେହେରାଙ୍କ ରାଜନୀତି କେଉଁ ସ୍ତରର ଦେଖନ୍ତୁ । କ୍ଷମତାକୁ ଯିଏ ଆସିଲା ସିଏ ତାଙ୍କର । କହିବାର ଉଦେ୍ଦଶ୍ୟ ହେଉଛି, ରାଜ୍ୟରେ କ୍ରିକେଟର ବିକାଶ ଅପେକ୍ଷା ନିଜ ପଦପଦବୀ ପାଇଁ ରାଜନୀତି ହିଁ ଏକମାତ୍ର ଉଦେ୍ଦଶ୍ୟ ଏହି ଦୁଇ ଜଣଙ୍କର । ଦୁଃଖର ବିଷୟ ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ କ୍ରିକେଟର ପ୍ରଦର୍ଶନ ଶୂନ ବା ବିଗ୍ ଜିରୋ । କଟକ ବାରବାଟୀ ଷ୍ଟାଡିୟମରେ କେତେ ଇଣ୍ଟରନ୍ୟାସନାଲ ମ୍ୟାଚ ହୋଇଛି ହୋଇଛି ବାପ-ପୁଅଙ୍କ ସମୟରେ ସମସ୍ତଙ୍କୁ ଜଣା ।

ଏପରିକି ପ୍ରତି ବର୍ଷ ୫୦ରୁ ଅଧିକ ଆଇପିଏଲ ଦେଶର ଭିନ୍ନ ଭିନ୍ନ ଭେନୁ୍ୟରେ ହେଉଥିବା ବେଳେ ଓଡ଼ିଶା ଖାତାରେ ଶୂନ । ଚଳିତ ବର୍ଷ ୭୪ଟି ଆଇପିଏ ମ୍ୟାଚ ଖେଳାଯିବ । ସେଥିରେ କଟକର ସ୍ଥାନ ନାହିଁ । ଓଡ଼ିଶା ରଣଜୀ ଖେଳର ପ୍ରଦର୍ଶନ କିଭଳି ନ କହିବା ଭଲ । ଦଳ ତଳକୁ ଦଳକୁ ଯାଉଛି । ଏପରିକି ଏମାନଙ୍କ ରଣନୀତିରେ ଅତିଷ୍ଠ ହୋଇ ଉଦୟମାନ ଖେଳାଳୀ ଶୁଭ୍ରାଂଶୁ ସେନପତି ରାଜ୍ୟ ଛାଡ଼ିଲେ । ଏବେ ସେ ମଧ୍ୟପ୍ରଦେଶ ରଣଜୀ ଟିମରେ । ଯାହାଙ୍କ ଖେଳ ଟେକନିକକୁ ଚିହ୍ନ ପାରି ମହେନ୍ଦ୍ର ସିଂ ଧୋନି ତାଙ୍କ ଚେନ୍ନାଇ ସୁପର କିଙ୍ଗସରେ ରଖିଥିଲେ । ହେଲେ ଦୁଃଖର ବିଷୟରେ ଓଡ଼ିଶାର ସେ ଭଲ ପ୍ଲାଟଫର୍ମ ନ ପାଇବାରୁ ସେ ବାହାର ରାସ୍ତା ଦେଖିଲେ । ଆଉ ଏବେ ବାରବାଟୀରେ ମ୍ୟାଚ ଚାଲିଥିବା ବେଳେ ଲାଇଟ କଟିବା ଚିନ୍ତାର କାରଣ ନିଶ୍ଚିତ ଭାବରେ । ଏମାନଙ୍କ କାର୍ଯ୍ୟଶୈଳୀ ଉପରେ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ