Masthead

ଏରସମା ବିଜେଡିରେ ଗୋଷ୍ଠୀକନ୍ଦଳ, ବିଧାୟକ-ଆଶାୟୀ କଲେ ପଦଯାତ୍ରା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଏରସମା ବିଜେଡିରେ ଗୋଷ୍ଠୀକନ୍ଦଳ । ଗୋଟିଏ ଦିନରେ ବିଜେଡିର ଦୁଇ ଦୁଇଟି ଜନସମ୍ପର୍କ ପଦଯାତ୍ରା । ଗୋଟେପଟେ ଆଶାୟୀ, ଅନ୍ୟପଟେ ବିଧାୟକ । ଆଶାୟୀ ସଞ୍ଜୀବ ବିଶ୍ୱାଳ ବାଲିକୁଦ କଣିହାଁରେ ପଦଯାତ୍ରା କରିଥିବାବେଳେ ବିଧାୟକ ରଘୁନନ୍ଦନ ଦାସ ଏରସମା ଗୋଡ଼ାରେ କରିଛନ୍ତି ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଛି । ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିଜୁ ଜନତା ଦଳ ଭିତରେ ସେତେ ଗୋଷ୍ଠୀକନ୍ଦଳ ସାମନାକୁ ଆସୁଛି ।

ଆଜି ଆଗାମୀ ନିର୍ବାଚନ ପାଇଁ ଆଶାୟୀ ଥିବା ବିଜୁଜନତା ଦଳର ସଞ୍ଜୀବ ବିଶ୍ଵାଳ ନିଜ ସମର୍ଥକ ମାନଙ୍କୁ ଧରି ବାଲିକୁଦା ବ୍ଲକର କଣିଆ ଠାରେ ଏକ ଜନ ସମ୍ପର୍କ ପଦଯାତ୍ରା କରି ଏକ ବିରାଟ ସଭା କରୁଥିବା ବେଳେ ଏରସମା ବ୍ଲକ ଗୋଡା ବଜାର ଠାରେ ବର୍ତ୍ତମାନର ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ଏକ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରି ଏକ ବିରାଟ ସଭାର ଆୟୋଜନ କରିଛନ୍ତି। ତେବେ କିଏ ହାତେଇବ ଦଳୀୟ ଟିକେଟ ଏବଂ କାହାକୁ ଆମେ ବାଛିବା ଆମର ନେତା। କାରଣ ଏହି ନିର୍ବାଚନମଣ୍ଡଳୀରେ ବର୍ତ୍ତମାନର ବିଧାୟକ ଥିବା ରଘୁନନ୍ଦନଙ୍କ ଅବସ୍ତା ଏତେଟା ଭଲନାହିଁ। ସେ ଏହି ପାଞ୍ଚ ବର୍ଷ ଭିତରେ ନିଜର କର୍ମୀ ମାନଙ୍କୁ ବହୁତ ଅଣଦେଖା କରିଛନ୍ତି। ଯଦି ତାଙ୍କୁ ବିଜେଡି ପୁଣି ଟିକେଟ ଦିଏ ତାଙ୍କର ପରାଜିତ ସୁନିଶ୍ଚିତ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ