ଏରସମା ବିଜେଡିରେ ଗୋଷ୍ଠୀକନ୍ଦଳ, ବିଧାୟକ-ଆଶାୟୀ କଲେ ପଦଯାତ୍ରା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଏରସମା ବିଜେଡିରେ ଗୋଷ୍ଠୀକନ୍ଦଳ । ଗୋଟିଏ ଦିନରେ ବିଜେଡିର ଦୁଇ ଦୁଇଟି ଜନସମ୍ପର୍କ ପଦଯାତ୍ରା । ଗୋଟେପଟେ ଆଶାୟୀ, ଅନ୍ୟପଟେ ବିଧାୟକ । ଆଶାୟୀ ସଞ୍ଜୀବ ବିଶ୍ୱାଳ ବାଲିକୁଦ କଣିହାଁରେ ପଦଯାତ୍ରା କରିଥିବାବେଳେ ବିଧାୟକ ରଘୁନନ୍ଦନ ଦାସ ଏରସମା ଗୋଡ଼ାରେ କରିଛନ୍ତି ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଗୋଷ୍ଠୀକନ୍ଦଳ ତୀବ୍ରତର ହେଉଛି । ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ବିଜୁ ଜନତା ଦଳ ଭିତରେ ସେତେ ଗୋଷ୍ଠୀକନ୍ଦଳ ସାମନାକୁ ଆସୁଛି ।

ଆଜି ଆଗାମୀ ନିର୍ବାଚନ ପାଇଁ ଆଶାୟୀ ଥିବା ବିଜୁଜନତା ଦଳର ସଞ୍ଜୀବ ବିଶ୍ଵାଳ ନିଜ ସମର୍ଥକ ମାନଙ୍କୁ ଧରି ବାଲିକୁଦା ବ୍ଲକର କଣିଆ ଠାରେ ଏକ ଜନ ସମ୍ପର୍କ ପଦଯାତ୍ରା କରି ଏକ ବିରାଟ ସଭା କରୁଥିବା ବେଳେ ଏରସମା ବ୍ଲକ ଗୋଡା ବଜାର ଠାରେ ବର୍ତ୍ତମାନର ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ଏକ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରି ଏକ ବିରାଟ ସଭାର ଆୟୋଜନ କରିଛନ୍ତି। ତେବେ କିଏ ହାତେଇବ ଦଳୀୟ ଟିକେଟ ଏବଂ କାହାକୁ ଆମେ ବାଛିବା ଆମର ନେତା। କାରଣ ଏହି ନିର୍ବାଚନମଣ୍ଡଳୀରେ ବର୍ତ୍ତମାନର ବିଧାୟକ ଥିବା ରଘୁନନ୍ଦନଙ୍କ ଅବସ୍ତା ଏତେଟା ଭଲନାହିଁ। ସେ ଏହି ପାଞ୍ଚ ବର୍ଷ ଭିତରେ ନିଜର କର୍ମୀ ମାନଙ୍କୁ ବହୁତ ଅଣଦେଖା କରିଛନ୍ତି। ଯଦି ତାଙ୍କୁ ବିଜେଡି ପୁଣି ଟିକେଟ ଦିଏ ତାଙ୍କର ପରାଜିତ ସୁନିଶ୍ଚିତ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’