Masthead

କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରା

ବରଗଡ଼ (ବଡ଼ ଖବର ବ୍ୟୁରୋ): କଂସଙ୍କ ଅଟ୍ଟହାସ୍ୟ । ମଥୁରା ନଗରୀ ହୋଇଛି ଥରଥର । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆରମ୍ଭ ହେଲା କଂସଙ୍କ ରାଜୁତି । ବରଗଡ଼ ପାଲଟିଲା ମଥୁରା ନଗରୀ । ଅମ୍ବପାଲି ହେଲା ଗୋପପୁର । ଆଉ ଜରାନଦୀ ହୋଇଛି ଯମୁନା । ଆସନ୍ତା ୨୫ ଯାଏଁ ବରଗଡ଼ରରେ ଚାଲିବ କଂସଙ୍କ ରାଜୁତି । ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ନିୟୋଜିତ ଅଛନ୍ତି ।

୮ କିମି ପରିଧି ଭିତରେ ୩ଟି ଦରବାର ଯଥା ରାଜଦରବାର, ରଙ୍ଗମହଲ, ନନ୍ଦ ରାଜାଙ୍କ ଦରବାର ଓ ୧୦ରୁ ଊର୍ଦ୍ଧ୍ୱ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଧନୁଯାତ୍ରା ପାଇଁ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦାୟିତ୍ୱ ବଣ୍ଟନ ସହିତ ଶୃଙ୍ଖଳା ରକ୍ଷା ପାଇଁ ଏସ୍ପି ପି ଏସ୍ମୀନା ପରାମର୍ଶ ଦେଇଛନ୍ତି ।

ଧନୁଯାତ୍ରା ମହୋତ୍ସବ ସମୟରେ କିଛି ନିର୍ଦ୍ଦିଷ୍ଟ ବ୍ୟସ୍ତବହୁଳ ରାସ୍ତାରେ ସାମୟିକ ଭାବେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଥିବା ବେଳେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ରାଜ ଦରବାର, ରଙ୍ଗ ମହଲ, ମୀନା ବଜାର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକରେ ସିସିଟିଭି ଲଗାଯାଇଛି । କଣ୍ଟ୍ରୋଲ ରୁମ୍ରୁ ନଜର ରଖିବା ସହିତ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଧନୁଯାତ୍ରା ମହୋତ୍ସବକୁ ନିରାପଦ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୭ଜଣ ଡିଏସ୍ପି, ୧୨ଜଣ ଇନ୍ସପେକ୍ଟର, ୧୦୫ଜଣ ସବ୍ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ୧୨ପ୍ଲାଟୁନ ଫୋର୍ସ ଏବଂ ୬ପ୍ଲାଟୁନ ହୋମଗାର୍ଡ ମୁତୟନ କରାଯାଇଛି।

ଧନୁଯାତ୍ରା ମହୋତ୍ସବକୁ ଶୃଙ୍ଖଳିତ ଭାବେ ସମାପନ କରିବା ଦିଗରେ ଏସ୍ପି ମୀନା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସେପଟେ ଧନୁଯାତ୍ରାକୁ ନେଇ ଏଥର ମିନି ଷ୍ଟାଡିୟମରେ ସବୁ ବର୍ଷ ଭଳି ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର, ଅମ୍ବାପାଲି ନଦୀକୂଳ ପଡ଼ିଆରେ ମିନାବଜାର ସହ ମୋଦି ପଡ଼ିଆରେ ସର୍କସ୍ ଓ ହସ୍ତତନ୍ତ ମେଳା ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼