Masthead

ବରଗଡ଼ ସରସରା ହତ୍ୟା ଘଟଣା : ବିଜେଡି-ବିଜେପି ମୁହାଁମୁହିଁ

ଅତାବିରା (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗତକାଲି ସୋମବାର ବରଗଡ଼ ଜିଲ୍ଲା ସରସରାରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ଚକିତ କରିଛି । ସରସରା ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ୧୨୮ ଓ ୧୨୯ ନମ୍ବର ବୁଥରୁ ମାତ୍ର ୩ ଶହ ରୁ ୪ ଶହ ମିଟର ଭିତରେ ଜନୈକ ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇ ଗଲାଣି ।

ବିଜେପିର ବରଗଡ଼ ଲୋକସଭା କ୍ଷେତ୍ରର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ଭିଡିଓ ବାର୍ତ୍ତାରେ ବିଜେଡିକୁ ଆରୋପ କରିଥିବା ବେଳେ ବରିଷ୍ଠ ବିଜେଡି ନେତା ଜାପାନ ମହାପାତ୍ର ମଧ୍ୟ ଏନ୍ୟ ଏକ ଭିଡିଓ ବାର୍ତ୍ତାରେ ବିଜେପିକୁ ପ୍ରତ୍ୟାରୋପ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଉଭୟେ ଉଭୟଙ୍କୁ ଦୋଷାରୋପ କରୁଛନ୍ତି । ଏହି ହତ୍ୟାକାଣ୍ଡକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ବି ଅଭିଯୁକ୍ତ କୁହାଯାଉଥିବା ଅଶୋକ ମହାନନ୍ଦଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଅନ୍ୟ ପଟେ ଅଭିଯୁକ୍ତକୁ ଗିରଫ ଓ ପରିବାରବର୍ଗଙ୍କୁ ନ୍ୟାୟ ସହ କ୍ଷତିପୂରଣ ଦବିରେ ସରସରା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରି ହତ୍ୟାର ଶିକାର ହୋଇଥିବା ବିଶ୍ଵନାଥ ଙ୍କ ସ୍ତ୍ରୀ ଓ ପଡୋଶୀଙ୍କୁ ଉଠାଇ ନେଇଥିଲା ପୋଲିସ । ଗତ ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଛଡ଼ାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା