Masthead

ସୁରେଶକୁ ସୁରକ୍ଷା ଦେଉଛି କିଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିନ୍ନକ୍ଷମ ଯୌନ କେଳେଙ୍କରୀ ମାଷ୍ଟର ମାଇଣ୍ଡ ସୁରେଶ ଏବେ କୋଉଠି ? କାହିଁକି ସୁରେଶକୁ ଗିରଫ କରି ପାରୁନି କମିଶନରେଟ ପୋଲିସ ? ସୁରେଶକୁ ସୁରକ୍ଷା ଦେଉଛି କିଏ ? କାର୍ଯ୍ୟାନୁଷ୍ଠାନ ବିଳମ୍ବ ପଛରେ କାହାର ରହିଛି ଚାପ ? ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରହିଛି କି ହାତ ? ମନ୍ତ୍ରୀ ସୁରେଶକୁ ଦେଉଛନ୍ତି କି ସୁରକ୍ଷା ? ଭୁବନେଶ୍ୱର ଏୟାପୋର୍ଟ ଥାନାରେ ମାମଲା ଦାୟର ହେବାର ତିନି ମାସ ବିତିଲା । ତଥାପି ପୋଲିସ କାହିଁକି ସୁରେଶ ଦେହରେ ଟିପ ମାରି ପାରୁନି ? ଏମିତିକି ସୁରେଶର ଟେର ବି ପାଉନି କମିଶନରେଟ ପୋଲିସ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସେପଟେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ମହିଳା ଇନଷ୍ଟ୍ରକ୍ଟର ମଧୁମଂଜରୀ ଧଳକୁ ଗିରଫ କରିଛି ଏୟାପୋର୍ଟ ଥାନା ପୋଲିସ । ଯାଜପୁରରୁ ମଧୁମଂଜରୀଙ୍କୁ ଗିରଫ କରିଛି ଏୟାପୋର୍ଟ ଥାନା ପୋଲିସ । ତେବେ ଘଟଣାର ମାଷ୍ଟର ମାଇଣ୍ଡ ସୁରେଶକୁ କାହିଁକି ଧରି ପାରୁନି ପୋଲିସ ।

ଅନ୍ୟପଟେ ସୁରେଶ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଏବେବି ଅଛନ୍ତି ସମ୍ପାଦକ । ଦୀର୍ଘ ଦୁଇ ବର୍ଷ ଧରି ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ସୁରେଶ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । “ବଡ ଖବର’’ ପକ୍ଷରୁ ଏହାର ଖୁଲାସା ପରେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଘଟଣା ଖୁଲାସା ହେବାର ସପ୍ତାହେ ବିତିଲାଣି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ । ସବୁଠାରୁ ବଡ଼ କଥା ଭିନ୍ନକ୍ଷମ ସଶକ୍ତିକରଣ କମିଶନର ଦଶ ମିନିଟିଆ ତଦନ୍ତ କରି ଚୁପ ହୋଇ ବସିଛନ୍ତି । ପ୍ରଶ୍ନ ଉଠୁଛି, ଘଟଣାର ଖୁଲାସା ହେବା ପରେ କମିଶନର ମ୍ୟାନେଜ କରିବା ପାଇଁ ତଦନ୍ତ କରିବାକୁ ଯାଇଥିଲେ କି ? ନା କମିଶନର ସୁରେଶକୁ ସୁରକ୍ଷା ଦେବାକୁ ଯାଇ ଦଶ ମିନିଟ୍ ଭିତରେ ତଦନ୍ତ ସାରି ଫେରିଲେ ? ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା