ସୁରେଶକୁ ସୁରକ୍ଷା ଦେଉଛି କିଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିନ୍ନକ୍ଷମ ଯୌନ କେଳେଙ୍କରୀ ମାଷ୍ଟର ମାଇଣ୍ଡ ସୁରେଶ ଏବେ କୋଉଠି ? କାହିଁକି ସୁରେଶକୁ ଗିରଫ କରି ପାରୁନି କମିଶନରେଟ ପୋଲିସ ? ସୁରେଶକୁ ସୁରକ୍ଷା ଦେଉଛି କିଏ ? କାର୍ଯ୍ୟାନୁଷ୍ଠାନ ବିଳମ୍ବ ପଛରେ କାହାର ରହିଛି ଚାପ ? ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରହିଛି କି ହାତ ? ମନ୍ତ୍ରୀ ସୁରେଶକୁ ଦେଉଛନ୍ତି କି ସୁରକ୍ଷା ? ଭୁବନେଶ୍ୱର ଏୟାପୋର୍ଟ ଥାନାରେ ମାମଲା ଦାୟର ହେବାର ତିନି ମାସ ବିତିଲା । ତଥାପି ପୋଲିସ କାହିଁକି ସୁରେଶ ଦେହରେ ଟିପ ମାରି ପାରୁନି ? ଏମିତିକି ସୁରେଶର ଟେର ବି ପାଉନି କମିଶନରେଟ ପୋଲିସ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସେପଟେ ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ମହିଳା ଇନଷ୍ଟ୍ରକ୍ଟର ମଧୁମଂଜରୀ ଧଳକୁ ଗିରଫ କରିଛି ଏୟାପୋର୍ଟ ଥାନା ପୋଲିସ । ଯାଜପୁରରୁ ମଧୁମଂଜରୀଙ୍କୁ ଗିରଫ କରିଛି ଏୟାପୋର୍ଟ ଥାନା ପୋଲିସ । ତେବେ ଘଟଣାର ମାଷ୍ଟର ମାଇଣ୍ଡ ସୁରେଶକୁ କାହିଁକି ଧରି ପାରୁନି ପୋଲିସ ।

ଅନ୍ୟପଟେ ସୁରେଶ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଏବେବି ଅଛନ୍ତି ସମ୍ପାଦକ । ଦୀର୍ଘ ଦୁଇ ବର୍ଷ ଧରି ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ସୁରେଶ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । “ବଡ ଖବର’’ ପକ୍ଷରୁ ଏହାର ଖୁଲାସା ପରେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଘଟଣା ଖୁଲାସା ହେବାର ସପ୍ତାହେ ବିତିଲାଣି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ । ସବୁଠାରୁ ବଡ଼ କଥା ଭିନ୍ନକ୍ଷମ ସଶକ୍ତିକରଣ କମିଶନର ଦଶ ମିନିଟିଆ ତଦନ୍ତ କରି ଚୁପ ହୋଇ ବସିଛନ୍ତି । ପ୍ରଶ୍ନ ଉଠୁଛି, ଘଟଣାର ଖୁଲାସା ହେବା ପରେ କମିଶନର ମ୍ୟାନେଜ କରିବା ପାଇଁ ତଦନ୍ତ କରିବାକୁ ଯାଇଥିଲେ କି ? ନା କମିଶନର ସୁରେଶକୁ ସୁରକ୍ଷା ଦେବାକୁ ଯାଇ ଦଶ ମିନିଟ୍ ଭିତରେ ତଦନ୍ତ ସାରି ଫେରିଲେ ? ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ