Masthead

ବିଧାନସଭା ଅଧିବେଶନ: ତୃତୀୟ ଦିନରେ ବି ଗୃହ ଅଚଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ବିଧାନସଭାରେ ତୃତୀୟ ଦିନରେ ଚାଲିପାରିଲା ନାହିଁ ଗୃହ । ଗୃହ ଆରମ୍ଭରୁ ହଟ୍ଟଗୋଳ । ଗୃହ କାର୍ଯ୍ୟ ମାତ୍ର ୩ମିନିଟ ଚାଲିଥିବା ବେଳେ ପ୍ରଥମେ ଦିନ ୧୧.୩୦ ଏବଂ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧି ପ୍ଲା କାର୍ଡ ଧରି ନାରାବାଜି କରିଥିଲେ । ମଣ୍ଡିରେ କାନ୍ଦୁଛି ଚାଷୀ ବ୍ୟାନର ଧରି ବିରୋଧ କରିଥିଲେ ।

ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ଖାଦୂ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖୁଛନ୍ତି । ସେ କହିଛନ୍ତି ୫୫.୦୩ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ଲକ୍ଷ ମେଟ୍ରିକ ଟନ ସଂଗ୍ରହ ହୋଇଥିଲା । ଗତ ଖରିଫ ତୁଳନାରେ ଚଳିତ ଖରିଫରେ ଅଧିକ ୨୫ପ୍ରତିଶତ ନାମମାତ୍ର ଚାଷୀ ଓ ୨୦ପ୍ରତିଶତ ଅଧରକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିଛନ୍ତି ।

ଯେ ପର୍ଯ୍ୟନ୍ତ ସରକାର ଆଲୋଚନାକୁ ନ ଓହ୍ଲାଇବେ ଓ ଚାଷୀ ସମସ୍ୟାର ସମାଦାନ ନକରିବେ ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କଂଗ୍ରେସ ବିଧାୟକ ତାରା ବାହିନି ପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ