କେଜ୍ରିୱାଲାଙ୍କ ଗିରଫଦାରୀ ଗୁଜବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୋଲି ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଥିଲେ ଆପ୍ ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ । ସେ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ ବି କରିଥିଲେ । ତେବେ ଇଡି ଏହି ଦାବିକୁ କେବଳ ଗୁଜବ ବୋଲି କହିଛି। ସୂଚନାନୁସାରେ, ଇଡି କେଜରିୱାଲଙ୍କୁ ପଚରାଉଚରା କରିବ ନାହିଁ କିମ୍ବା ଆଜି ଗିରଫ କରିବ ନାହିଁ। ବର୍ତ୍ତମାନ ଅନୁସନ୍ଧାନକାରୀ ସଂସ୍ଥା କେଜରିଓ୍ବାଲଙ୍କ ଉତ୍ତରକୁ ଯାଞ୍ଚ କରୁଛି।

ଏହା ପରେ ଦିଲ୍ଲୀ ମଦ ନୀତି ସ୍କାମରେ ପ୍ରଶ୍ନ ପାଇଁ ଇଡି ଚତୁର୍ଥ ବିଜ୍ଞପ୍ତି ପଠାଇବ। ସେପଟେ କେଜରିୱାଲଙ୍କ ଗିରଫଦାରୀ ଭୟରେ ଆପ ନେତାମାନେ ପାର୍ଟି ଅଫିସରେ ଏକାଠି ହେବା ଆରମ୍ଭ କରିଛନ୍ତି। ତାଙ୍କ ବାସଭବନ ଏବଂ ପାର୍ଟି ଅଫିସ ବାହାରେ ସୁରକ୍ଷା କଡାକଡି କରାଯାଇଛି। ଏହି ସମୟରେ ତାଙ୍କ ଘରକୁ ଯାଉଥିବା ଉଭୟ ରାସ୍ତାକୁ ଦିଲ୍ଲୀ ପୋଲିସ ବନ୍ଦ କରି ଦେଇଛି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର କର୍ମଚାରୀଙ୍କୁ ମଧ୍ୟ ଭିତରକୁ ଯିବା ବନ୍ଦ କରାଯାଇଛି। ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ ତାଙ୍କୁ ତିନି ଥର ସମନ କରାଯାଇଛି ।

ତେବେ କେଜ୍ରିୱାଲ ହାଜର ହୋଇନଥିଲେ। ତାଙ୍କ ତରଫରୁ ଇଡିଙ୍କୁ କୁହାଯାଇଥିଲା ଯେ ସେ ରାଜ୍ୟସଭା ନିର୍ବାଚନ ଏବଂ ଗଣତନ୍ତ୍ର ଦିବସ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଆପଣ ତାଙ୍କୁ ଯାହା ପଚାରିବାକୁ ଚାହାଁନ୍ତି, ଦୟାକରି ଏହାକୁ ଲିଖିତ ଆକାରରେ ପଠାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ