Masthead

ଅଡ଼ୁଆରେ ବରୁଣ ଗାନ୍ଧୀ

ଲଖିମପୁର(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରୀ ହିଂସାକାଣ୍ଡର ଭିଡ଼ିଓ ସେୟାର କରି ଅଡ଼ୁଆରେ ବରୁଣ ଗାନ୍ଧୀ । ବାରମ୍ବାର ନିଜର ମନ୍ତବ୍ୟ ଏବଂ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବରୁଣ ଗାନ୍ଧୀ । ହେଲେ ଏଥର ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବାର ଭିଡ଼ିଓ ସେୟାର କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭିଡ଼ିଓରେ ଗାଡ଼ିର ପ୍ରକୃତ ସ୍ପିଡ ଓ ଏହା କେମିତି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ମାଡ଼ି ଯାଉଛି ତା’ର ଦୃଶ୍ୟ ରହିଛି । ଏହା ସହ ଲଗାତର ଟ୍ୱିଟ କରି ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ବରୁଣ । କେବଳ ଏତିକି ନୁହେଁ ବରଂ ଯୋଗୀ ସରକାରଙ୍କୁ ଏକ ଚିଠି ଲେଖି ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଏବଂ ଦୋଷୀଙ୍କୁ ଦଣ୍ଡ ଦେବାକୁ ମଧ୍ୟ ଦାବି କରିଛନ୍ତି । ହେଲେ ଏ ଖବର ଭାଇରାଲ ହେବା ପରେ ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି ।

୮୦ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିଛନ୍ତି ବରୁଣ ଗାନ୍ଧୀ । ତାଙ୍କ ସହ ବରୁଣ ଗାନ୍ଧୀଙ୍କ ମା’ ମେନକା ଗାନ୍ଧୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ମଧ୍ୟ ଏହି ତାଲିକାରୁ ବାଦ ପଡ଼ିଛନ୍ତି । ଦେଶର ଏକ ସମ୍ବେଦନଶୀଳ ଘଟଣାର ଭିଡ଼ିଓ ଜାରି କରିବା ଫଳରେ ବିଜେପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ନୂତନ କୃଷି ଆଇନକୁ ମଧ୍ୟ ବିରୋଧ କରି ଚାଷୀଙ୍କ ସମର୍ଥନରେ ବାହାରିଥିଲେ ବରୁଣ ଗାନ୍ଧୀ । ସେପଟେ ଜାତୀୟ କାର୍ଯ୍ୟକାରିଣୀ ତାଲିକାରେ କିଏ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ସହ ତାଲିକାରେ କିଏ ରହିବେ ଏବଂ କିଏ ବାଦ ପଡ଼ିବେ ତାହା ଦଳର ଅଧ୍ୟକ୍ଷ ଜେପି ନଡ୍ଡା ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ୟୁପିର ଅନ୍ୟ ବରିଷ୍ଠ ନେତାମାନଙ୍କୁ ନୂଆ କରି ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ତାଲିକାରୁ ବାଦ ପଡ଼ିଛନ୍ତି ସେମାନେ ପ୍ରାସଙ୍ଗିକତା ହରାଇବେ ବୋଲି କୁହାଯାଉଛି । ଆଉ କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଋଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ହେଲେ ବିଜେପି ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରିଥିବାର ଅନୁମାନ କରାଯାଉଛି । ସେପଟେ କାର୍ଯ୍ୟକାରିଣୀ ତାଲିକାରୁ ବାଦ ପଡ଼ିବାପରେ ବରୁଣ ଗାନ୍ଧୀ ଖେରୀ ହିଂସା ମାମଲାରେ ଚାଷୀଙ୍କ ସହ ରହିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ