Masthead

ପୁରୀ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ(ବଡ଼ ଖବର ବ୍ୟୁରୋ):  ପୁରୀ ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ । ସେମାନଙ୍କ ଭିତରୁ ଦୁଇ ଜଣ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଜଣଙ୍କ ପତ୍ତା ମିଳି ନାହିଁ । ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ ପ୍ରକାଶ ପ୍ରକାଶ ଯାଦବ ଓ ସହିଦ ଅନୱର ପୁରୀ ଯାଇଥିଲେ । ସେମାନେ ଲାଇଟ ହାଉସ ବେଳାଭୂମିରେ ଗାଧୋଉଥିଲେ ।

ଏହି ସମୟରେ ଅସିଥିବା ବଡ ଲହଡିରେ ସେମାନେ ଭାସିଯାଇଥିଲେ । ଚିତ୍କାର ଶୁଣି ଲାଇଫଗାର୍ଡ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ଭାସିଯାଇଥିବା ୩ ଜଣଙ୍କ ଭିତରୁ ରାହେଶ କୁମାର ସିଂ ଓ ଓମ ପ୍ରକାଶ ଯାଦବଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ମଧ୍ୟ ନିଖୋଜ ଅଛନ୍ତି ଅନୱର । ଲାଇଫଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁଯାୟୀ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ବେଳାଭୂମିରେ ବୁଡ ମଧ୍ୟ ପକାଉଛନ୍ତି । ହେଲେ ସାମାନ୍ୟ ଅସାବଧାନତା ହେତୁ ଏଭଳି କିଛି ଘଟଣା ଘଟି ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା