Masthead

ଆଜିଠୁ ଆରମ୍ଭ ହେଲା ବିଜେପିର ଅଭିମତ ସଂଗ୍ରହ ଅଭିଯାନ ଯାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଲା ବିଜେପିର ସଂକଳ୍ପ ପତ୍ର ଅଭିମତ ସଂଗ୍ରହ ଅଭିଯାନ ଯାତ୍ରା । ରାଜ୍ୟର ୧ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ୧୫ ଦିନ ଯାଏଁ ଚାଲିବ ଏହି ଅଭିଯାନ ଯାତ୍ରା । ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିମତ ସଂଗ୍ରହ ଗାଡ଼ିର ଶୁଭାରମ୍ଭ ହୋଇଛି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ପୃଥ୍ୱୀରାଜ ହରଚନ୍ଦନ ଏବଂ ଅନ୍ୟ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଗାଡିର ଶୁଭାରମ୍ଭ ହୋଇଛି । ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨ ଟି ଗାଡ଼ି ବୁଲିବ । ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ ।

ଲୋକ ମାନେ ଗାଡ଼ି ପାଖକୁ ଆସି ମତାମତ ଦେବେ । ସେହିପରି ନାମୋ ଆପ୍ ଜରିଆରେ ମଧ୍ୟ ପରାମର୍ଶ ଦେଇ ପାରିବେ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ କରି ଭଏସ ମେସେଜ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ଦେଇ ପାରିବେ । ଚାଷୀଙ୍କ ଆୟ ୨ ଗୁଣ କେମିତି କରିବା, ଦାଦନ ସମସ୍ୟାର ସମାଧାନ, ଚିଟ ଫଣ୍ଡ ପ୍ରସଙ୍ଗରେ ସରକାରଙ୍କ ନୀତି କ’ଣ ହେବା ଆବଶ୍ୟକ, ମହିଳା ସଶକ୍ତିକରଣର ପାଇଁ ଆଉ କ’ଣ ପଦକ୍ଷେପ ନେବା ଆବଶ୍ୟକ । ବିଜେପି କ୍ଷମତାକୁ ଆସିଲେ ଆଉ କ’ଣ ଜନ ମଙ୍ଗଳକାରୀ ଯୋଜନା କରିହେବ । ଏ ନେଇ ମତାମତ ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ