Masthead

ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୌସୁମୀ…ତମେ କେଉଁଠି ଥିଲ । ଏତେ ଜଲଦି ଆସିଗଲ । କେବେ ଭାବିନଥିଲି । ଭାବିଥିଲି ଟିକେ ନଖରାମି କରିବ । ଲୁଚକାଳି ଖେଳିବ…ଏବେ ଆସୁଛି ଏବେ ଛୁଇଁବି କହି ରଗେଇ ଦବ । ହେଲେ ଏମିତ ସରପ୍ରାଇଜ ଦବ କେବେ ଭାବିନଥିଲି । ତମେ ଆସିଛ ବିଶ୍ୱାସ କରିପାରୁନି । ଶୀତ ଗଲା ବସ୍ତନ ବି ଗଲା । ବୈଶାଖର ଶେଷ ହୋଇନି.. ଅବଶ୍ୟ ଆସିବା ପାଇଁ ଟିକେ ଜଣେଇ ଦେଇଥିଲ ସତ । ହେଲେ…ଏମିତି ସରପ୍ରାଇଜ । ତମେ ଆସିବ ବୋଲି ମନ ଭିତରେ କିଛି କିଛି ହଉଥିଲା । ତମକୁ ଦେଖିଲା ପରେ ସତରେ ଦେହଭିତରେ ଗୋଟେ ଶିହରଣ ଖେଳିଗଲା । ସତରେ ମନେ ମନେ ବହୁତ ମିସ୍ କରୁଥିଲି ତମକୁ । ତମ ସ୍ପର୍ଶ ପାଇବା ପାଇଁ ଚାତକ ପରି ଚାହିଁ ବସିଥିଲି । କେବେ ଆସିବ ସେ ଶୀତଳ ପବନ ଛୁଆଁରେ ମୋ କାନରେ ଚୁପ କରି କହିବ ଆସ ମୁଁ ଆସିଗଲାଣି ମିଶି କରି ଭିଜିବା । ତମେ ଆସିଲ ଭଲ କଲ ଏତେ ଜଲଦି ଆସି ସରପ୍ରାଇଜ ଦେଇ ଆଖିର ଅକୁହା କଥା ସହ ଓଠରେ ସେ ହାଲକା ପାଣି ଛିଟା ପକାଇ ଲାଜେଇ ଦେଲ ।

ସତ କହିଲ ତମେ ନିଜେ ଶୀଘ୍ର ଆସିଲ ନା ସୂର୍ଯ୍ୟଙ୍କ ସ୍ପର୍ଶ ଦେଖି ଇର୍ଶା କଲ । ଜାଣିଛି.. ଇର୍ଶାରେ ହିଁ ଜଲଦି ଆସିଛ ନା…ହଉ ସେ ଯାହା ବି ହଉ ଭଲ କଲ । ଇର୍ଶା ହଉ କି ପ୍ରତରଣା ତମେ ଆସି ଏ ଗରମ ଦେହରେ ଶୀତିଳତା ତ ଭରିଦେଲ । କେରଳ ଛୁଇଁଛି ମୌସୁମୀ । ଆକଳନର ୮ ପୂର୍ବରୁ ମୌସୁମୀ କେରଳ ଛୁଇଁଛି । ଜୁନ୍ ୧ରେ ଛୁଇଁବା ନେଇ ହୋଇଥିଲା ଆକଳନ । ତେବେ ଏଥର ଶୀଘ୍ର ଛୁଇଁଛି । ୧୬ ବର୍ଷ ପରେ ଏବର୍ଷ ସଅଳ ଛୁଇଁଛି ମନସୁନ୍ । ୨୦୦୯ରେ ମୌସୁମୀ ସଅଳ ଆସିଥିଲା । ଏବଂ ମେ ୨୩ ତାରିଖରେ କେରଳ ଛୁଇଁଥିଲା । ତେବେ ମୌସୁମୀ ଛୁଇଁବା ପରେ ଚାଷୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ପୃଥୀବୀ ମଆକୁ ସବୁଜ ଚାଦରେ ଢାଙ୍କିବା ପାଇଁ ଅଖିମୁଠି ଧରି ବର୍ଷାକୁ ଅନାଇବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼