Masthead

ମୁହଁ ଖୋଲିଲେ ଚିତ୍ରକୋଣ୍ଡା ବିଡିଓ

ଇକୋ ପାର୍କକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଉଦ୍ୟମ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ ଭିଡିଓକୁ ନେଇ ଦୁଇଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଲରିମନ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା । ଦୁଇଦିନ ପରେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଡିଓ । ‘ମୋ ବିରୋଧରେ ମିଥ୍ୟା ଗୁଜବ ପ୍ରଚାର କରାଯାଉଛି । ମୁଁ କ୍ଷମତାର ଅପବ୍ୟବହାର କରୁନାହିଁ । ସାରା ଓଡ଼ିଶାର ଲୋକଙ୍କ ନିକଟରେ ଚିତ୍ରକୋଣ୍ଡାର ସୌନ୍ଦର୍ଯ୍ୟକୁ ପହଞ୍ଚାଇବା ଏବଂ ଇକୋ ପାର୍କକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଲାଗି ମୁଁ ଏହି ଆଲବମଟି ଅବସର ସମୟରେ ବନେଇଛି । ଇକୋ ପାର୍କର ସୌନ୍ଦର୍ଯ୍ୟ ଦେଖିବା ପରେ ଜାତୀୟ ନିର୍ଦ୍ଦେଶକମାନଙ୍କ ସୁଅ ଛୁଟିବ’ ବୋଲି ସେ କହିଛନ୍ତି ।
ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ଭଳି ମାଓ ଇଲାକାରେ ପ୍ରଥମେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ପହଞ୍ôଚ ଚର୍ଚ୍ଚାରେ ରହିଥିଲେ ଲରିମନ । ଏମଜିଏନଆରଜିଏସ କାମ ବିଛିନ୍ନାଞ୍ଚଳରେ ପ୍ରଥମଥର ଲାଗି କରାଇଥିଲେ ଲରିମନ । ଅଳ୍ପଦିନରେ ସେ ସ୍ଥାନୀୟ ଲୋକଙ୍କ ହୃଦୟ ଜିତିପାରିଥିଲେ । ମନ୍ଦ ଉଦ୍ଦେଶ୍ୟ ରଖି କିଛିଲୋକ ବିଡିଓଙ୍କ ବିରୋଧରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ