Before Header

କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?

0 876

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୪ ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? କିଏ ହାତେଇବ ମୁଖ୍ୟମନ୍ତ୍ରୀ ଚୌକି ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ? କାହାକୁ ସିଏମ ଚୌକିରେ ବସାଇବ ବିଜେପି । ଆରମ୍ଭ ହୋଇଛି ଚର୍ଚ୍ଚା । ତିନି ରାଜ୍ୟରେ ବିଜେପିର ଜବରଦସ୍ତ ପ୍ରଦର୍ଶନ । ପଦ୍ମର ଜଲୱା ଆଗରେ ହାତ ଧରାଶାୟୀ ହୋଇଛି । ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡ଼ିଛି । କେବଳ ତେଲେଙ୍ଗାନାକୁ ଛାଡ଼ିଦେଲେ ମଧ୍ୟପ୍ରଦେଶ, ରାଜସ୍ଥାନରେ ହାତ ଚାଲିପାରିନାହିଁ । ଛତିଶଗଡ଼କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଦମ୍ଭୋକ୍ତି ଦେଖାଇଥିବା କଂଗ୍ରେସକୁ ପ୍ରତ୍ୟାକ୍ଷ୍ୟାନ କରିଛନ୍ତି ଭୋଟର । ପୁଣି ଥରେ ପ୍ରମାଣିତ ହୋଇଛି ଯେ ଏବେ ବି ଦେଶରେ ରହିଛି ମୋଦି ଲହର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ବିରୋଧୀଙ୍କ ପାଖରେ ନଥିବା ପୁଣି ଥରେ ଚର୍ଚ୍ଚା ହୋଉଛି । ଯାହା ୨୦୨୪ ପାଇଁ ଦଳକୁ ବୁଷ୍ଟର ଡୋଜ୍ ସାବ୍ୟସ୍ତ ହୋଇପାରେ । ଏସବୁ ଭିତରେ ପ୍ରଶ୍ନ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି । ସେପଟେ ଜି ଜାନ୍ ଲଗାଇଥିବା କଂଗ୍ରେସ ଯେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ପରାଜୟର ମୁହଁ ଦେଖିବ ତାହା ଭାବିନ ଥିବ । ହେଲେ ଭୋଟର ତାହା ହିଁ ହେବାକୁ ଦେଇଛନ୍ତି । ନା ରାହୁଲ, ନା ପ୍ରିୟଙ୍କା ଏପରିକି କଂଗ୍ରେସର ପରିବର୍ତ୍ତନ ହେବ କହି ଦଳର କମାଣ୍ଡ ମଲ୍ଲିକାର୍ଜ୍ଜନ ଖଡଗେଙ୍କ ଉପରେ ଦାୟିତ୍ୱ ଦେଇଥିବ ବେଳେ ସେ ମଧ୍ୟ ଦଳକୁ ନିରାଶ କରିଥିବା ଚର୍ଚ୍ଚା ହୋଇସାରିଛି ।

ସେପଟେ ୫ ବର୍ଷରେ ଥରେ ରାଜସ୍ଥାନ ଜନତା ପରିବର୍ତ୍ତନ ଚାହୁଁଥିବା ଚିତ୍ର ପୁଣି ଥରେ ସ୍ପଷ୍ଟ ହୋଇଛି । ବିଜେପି କୌଣସି ନେତାଙ୍କୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ପଷ୍ଟ କରିନଥିବାରୁ, ଏବେ ରେସରେ ଅତିକମରେ ୫ ଜଣ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ମହନ୍ତ, ବାଲକନାଥ, ସାଂସଦ ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଛି । ଆ ଚେହେରା ଭାବେ ଚର୍ଚ୍ଚାରେ ସବୁଠୁ ଆଗରେ ଅଛନ୍ତି ମହନ୍ତ ବାଲକନାଥା ବିଜେପିରୁ ୨୦୧୮ରେ ପରାସ୍ତ କରି କଂଗ୍ରେସ ଛତିଶଗଡ଼ରେ କ୍ଷମତାକୁ ଦଖଲ କରିଥିଲା ।

ହେଲେ ୫ ବର୍ଷ ପରେ ଜନତା ଛତିଶଗଡ଼ରେ ଭୂପେଶ ବାଘେଲ ସରକାରଙ୍କୁ ରିଜେକ୍ଟ କରିଛନ୍ତି । ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଛନ୍ତି । ପୁଣି ଥରେ ରମଣ ସିଂ ସେଠାରୁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । ସେପଟେ ମଧ୍ୟପ୍ରଦେଶର କଡ୍ଡା ଟକ୍କର ହେବା କଥା ଆଲୋଚନା ହେଉଥିବା ବେଳେ ଜନତା ଦନାର୍ଦ୍ଦନ ପୁଣି ଥରେ ବିଜେପି ଉପରେ ଭରସା କରିଛନ୍ତି । ଅନ୍ୟପଟେ ତେଲେଙ୍ଗାନରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖାଦେଇଛି । କେସିଆରଙ୍କ ବିଆରଏସକୁ ଲୋକ ଭୋଟ ଦେଇନାହାନ୍ତି । କଂଗ୍ରେସ ସେଠାରେ କ୍ଷମତା ଦଖଲ କରିବାକୁ ଯାଉଛି । ହିରୋ ସାଜିଛନ୍ତି କଂଗ୍ରେସ ନେତା ରେବନ୍ତ ରେଡ୍ଡି ।

Leave A Reply

Your email address will not be published.