ପାସ କଲେ ଯେତେ, ଯୁକ୍ତ ୨ରେ ସିଟ୍ ନାହିଁ ସେତେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ପ୍ରକାଶ ପାଇଥିଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିଥିଲା ମାଟ୍ରିକ ରେଜଲ୍ଟ । କରୋନା କାରଣରୁ ବନ୍ଦ ରହିଥିଲା ମାଟ୍ରିକ ପରୀକ୍ଷା । ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ଲକ୍ଷ ୬୨ହଜାର ୧୦ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏବର୍ଷର ପାସ ହାର ରେକର୍ଡ଼ ସୃଷ୍ଟି କରିଛି । ଆଉ ଏକ ଆଶ୍ଚର୍ଯ୍ୟ କର କଥା ଯେ, ବିନା ପରୀକ୍ଷାରେ ୭ହଜାର ୭୦୩ଜଣ ଫେଲ ହୋଇଛନ୍ତି ।

ଯେଉଁମାନେ ନିଜ ରେଜଲ୍ଟରେ ଖୁସି ନାହାନ୍ତି ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ତେବେ ଯେଉଁ ପିଲାମାନେ ପାସ କରିଛନ୍ତି ସେମାନଙ୍କ ମନରେ ଅନେକ ଆଶା ରହିଛି ଯେ ସେମାନେ ବି ଆଗକୁ ବଢିବେ । କିନ୍ତୁ ଏଥର ନୂଆ କଥା ହୋଇଛି +୨ର ସମୁଦାୟ ସିଟଠାରୁ ପାସ ହାର ରହିଛି ଅଧିକ ।

ରାଜ୍ୟରେ ସରକାରୀ ଓ ଘରୋଇ ମିଶାଇ ଯେତିକି ସିଟ୍ ଯୁକ୍ତ ୨ ପଢିବା ପାଇଁ ଅଛି, ତାହାଠାରୁ ଅଧିକ ପିଲା ଦଶମରେ ପାସ୍ କରିଛନ୍ତି । ରାଜ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷକୁ ମିଶାଇ ରାଜ୍ୟରେ ଯୁକ୍ତ ୨ରେ ସମୁଦାୟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍ ରହିଛି । ଏଥର ମାଟ୍ରିକରେ ରାଜ୍ୟରେ ସମୁଦାୟ ୫ ଲକ୍ଷ ୭୪ ହଜାର ୧୨୫ ପରୀକ୍ଷାର୍ଥୀ ଥିବା ବେଳେ ପାସ୍ ସଂଖ୍ୟା ରହିଛି ୫ ଲକ୍ଷ ୬୨ ହଜାର ୧୦ । ମାନେ ପାସ୍ ସଂଖ୍ୟା ଲକ୍ଷେରୁ ଅଧିକ ସିଟ୍ କମ୍ ରହିଛି । ମାଟ୍ରିକ ପରେ ଯୁକ୍ତ ୨ ପଢିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ରହିଥାଏ । ତେଣୁ ସେ ଦୃଷ୍ଟିରୁ ଏଥର ସମସ୍ୟା ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ