ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ପୁଣି ମାତିଲେ ମାଓବାଦୀ। ନୂଆପଡ଼ା ସଦର ଥାନା ଗୋଳାବନ୍ଧ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଜଙ୍ଗଲ ବିଭାଗର ବିଟ୍ ହାଉସକୁ ଉଡ଼ାଇଦେଲେ ମାଓବାଦୀ। ଏହା ସହିତ ଏକ ଜେସିବି ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି ମାଓବାଦୀ । ନୂଆପଡା ସୁନାବେଡା ଅଭୟାରଣ୍ୟର ଗୋଲାବନ୍ଦ ଗାଁରେ ଘଇଛି ଏହି ଘଟଣା। ଘଟଣା ସ୍ଥଳରେ ମାଓ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି। ଆସନ୍ତା ୨୫ ଅଗଷ୍ଟରେ ବିରୋଧୀ ଦିବସ ମାନଇବା ପାଇଁ ମାଓ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖାଦେଇଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି।