Masthead

କୁଖ୍ୟାତ ନକ୍ସଲ ନେତା ନିହତ

ବଣାଇ (ବଡ଼ ଖବର ବ୍ୟୁରୋ):  ଝାଡ଼ଖଣ୍ଡରେ ପୁଲିସ୍-ମାଓବାଦୀ ମଧ୍ୟରେ ଏନ୍‌କାଉଣ୍ଟର, ଟପ୍ ମାଓ ନେତା ମୁଖଦେବ ଯାଦବ ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ।

CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍‌ ବେଳେ ମୃତ । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ମୁଖଦେବ ପ୍ରାଣ ହରାଇଛି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍‌ପିସି ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି । ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍‌ପି ରେଶମା ରାମେଶନ, ଅତିରିକ୍ତ ଏସ୍‌ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍‌ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା ।

ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍‌ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା