Masthead

ଭୁଲିଗଲେ ମାନବିକତା, ନାବାଳିକାକୁ ଖୁଣ୍ଟରେ ବାନ୍ଧି ପିଟିଲେ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ଚପଲ ଓ ଟଙ୍କା ଚୋରି କରି ଥିବା ଅଭିଯୋଗ ନେଇ ଜଣେ ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ । ତା ସହିତ ବେକରେ ଚପଲ ମାଳ ମଧ୍ୟ ପକାଇଲେ । ଏଭଳି ଏକ ଅମାନବିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା କାଉଡଲା ପଂଚାୟତର ତାରଙ୍ଗପୁରୀ ନୁଆପାରା । ଗ୍ରାମରେ ଏହି ଘଟଣାରେ କୁନ୍ଦେଇ ପୁଲିସ ୪ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ ସକାଳ ପ୍ରାୟ ୮ଟା ସମୟରେ ତାରଙ୍ଗପୁରୀ ନୁଆପାରା ଗାଁ ମଝିରେ ଜଣେ ୧୩ ବର୍ଷୀୟା ଝିଅକୁ କିଛି ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ଧରି ଆଣି ଏକ କାଠ ଖୁଣ୍ଟରେ ହାତ ଓ ଗୋଡ ବାନ୍ଧି ପକାଇ ଥିଲେ । ପରେ ତାକୁ ଚପଲ ମାଳ ପିନ୍ଧାଇବା ସହିତ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ ।

ଉକ୍ତ ନାବାଳିକା ଜଣକ ୯ ଶହ ଟଙ୍କା ଚୋରି କରିଥିବା ଅଭିଯୋଗକୁ ସ୍ବୀକାର ନକରିବାରୁ ତାକୁ ଏଭଳି ଦୟନୀୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ମାଡ଼ ମାରିବା ସମୟରେ ଆଉ କିଛି ଲୋକ ଏହାର ଭିଡିଓ କରି ଭାଇରଲ୍ କରିବାରେ ବ୍ୟସ୍ତ ଥିଲେ । ଏହି ଘଟଣାକୁ ନେଇ ଆଜି ଅପରାହ୍ନରେ ଉକ୍ତ ନାବାଳିକାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାରେ ସମୃକ୍ତ ୪ ଜଣ ଅଭିଯୁକ୍ତ ଭାଗୀ ଗଣ୍ଡ , ଜନକ ଗଣ୍ଡ , ଜଲ ଗଣ୍ଡ ଓ ଅଗନୁ ଗଣ୍ଡଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛନ୍ତି । ଏ ନେଇ କୁନ୍ଦେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ସମୃକ୍ତ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା