Masthead

ମନ୍ତ୍ରୀଙ୍କ ଉପସ୍ଥିତିରେ ୱାର୍ଡମେମ୍ବରଙ୍କୁ ମାଡ଼

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଶଙ୍କରପୁର ପଂଚାୟତରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଟାଙ୍ଗୀ ଚୌଦ୍ବାର ବ୍ଲକ ଶଙ୍କରପୁର ପଞ୍ଚାୟତ ୧୨ନମ୍ୱର୍ ୱାର୍ଡର ୱାର୍ଡମେମ୍ବରଙ୍କୁ ମାଡ । ଚୌଦ୍ଵାର ଥାନାର ଦ୍ବାରସ୍ଥ ହେଲେ ପୀଡିତ । ସୂଚନା ଅନୁଯାୟୀ ଶଙ୍କରପୁର ପଞ୍ଚାୟତରେ ଅଷ୍ଟପ୍ରହରୀ ଚାଲୁଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅତିଥି ଭାବେ ଯୋଗ ଦେଇଥିଲେ ।

ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେଉ ନଥିବା ନେଇ ୱାର୍ଡମେମ୍ବର ସହିତ ଆଲୋଚନା କରିବାକୁ ମନ୍ତ୍ରୀ ୱାର୍ଡମେମ୍ବରକୁ ଡାକିବା ପାଇଁ ସରପଞ୍ଚଙ୍କ ସ୍ବାମୀ ସରୋଜ ଖଟୁଆକୁ କହୁଥିଲେ । ସରୋଜଙ୍କ ଡାକରାରେ ୱାର୍ଡମେମ୍ବର ଲୋକନାଥ ପ୍ରଧାନ ମନ୍ତ୍ରୀଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ସମର୍ଥକମାନେ ଲୋକନାଥଙ୍କୁ କଥା କଟାକଟି ଭିତରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମାଡମାରି ମୁହଁ ଫଟାଇ ଦେଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ପରେ ୱାର୍ଡମେମ୍ବର ଓ ସ୍ଥାନୀୟ ଲୋକେ ଚୌଦ୍ଵାର ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ