Masthead

ଗୋଟିଏ ଦିନରେ ୩୨ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବାକୁ ଥିବାବେଳେ ସେ ‘ଟ୍ରମ୍ପ୍ କ୍ୟାମ୍ପେନ୍’ ଆରମ୍ଭ କରିଛନ୍ତି । ଏହି ପ୍ରେସିଡେନ୍ସିଆଲ କ୍ୟାମ୍ପେନ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ ଅଭିଯାନରେ ଗତ ୨୪ ଘଣ୍ଟାରେ ସେ ୪ ନିୟୁତ ଡଲାର ବା ପ୍ରାୟ ୩୨ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଏହି କ୍ୟାମ୍ପେନରେ ସାମିଲ ହେବାକୁ ବହୁ ସଂଖ୍ୟାରେ ଲୋକଙ୍କ ପାଖକୁ ଇମେଲ ପଠାଯାଇଛି । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ସମ୍ଭାବ୍ୟ ଗିରଫଦାବିକୁ ଦୃଷ୍ଟିରେ ରଖି ତାଙ୍କ ଘର, ଟ୍ରମ୍ପ ଟାୱାର ଓ ମ୍ୟାନହାଟନ୍ କୋର୍ଟ ବାହାରେ କାଡ଼ା ସୁରଡ଼ା ବ୍ୟବସ୍ଥା କରାଯାଇଛି ।

ନ୍ୟୁୟର୍କର ମ୍ୟାନହାଟନ୍ ଗ୍ରାଣ୍ଡ ଜୁରି ‘ହଶ ମନି’ ମାମଲାରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ଥ କରିବା ସପକ୍ଷରେ ଭୋଟ ଦେବା ଏବଂ ତାଙ୍କ ବିରୋଧରେ କ୍ରିମିନାଲ କେସ୍ ଚାଲିବା ନେଇ ସ୍ପଷ୍ଟ ହେବାପରେ ଟ୍ରମ୍ପଙ୍କ ସମର୍ଥକ ମାନେ ଉତ୍ତେଜିତ ହୋଇପଡିଛନ୍ତି । ଫ୍ଲୋରିଡ଼ା ସ୍ଥିତ ଟ୍ରମ୍ପଙ୍କ ଘର ବାହାରେ ସମର୍ଥକଙ୍କ ଭିଡ଼ ଜମିଥିଲ । ଅନେକ ରିପବ୍ଲିକାନ୍ ସମର୍ଥକ ହ୍ୱାଇଟ୍ ହାଉସ ବାହାରେ ‘ସେଭ ଆମେରିକାନ’ ସ୍ଲୋଗାନ ଲେଖାଥିବା ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ । ଦେଶବ୍ୟାପୀ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୋଲିସକୁ ସତର୍କ କରାଯାଇଛି । ଦେଶର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୨୦୦୬ରେ ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖି ଟ୍ରମ୍ପ୍ ୨୦୨୧୬ ନିର୍ବାଚନ ପୂର୍ବରୁ ତାଙ୍କ ମୁହଁ ବନ୍ଦ ରଖିବାକୁ ଲକ୍ଷ ୩୦ ହଜାର ଡଲାର ଲାଞ୍ଚ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ