Masthead

ବିଜେପି-ବିଜେଡି ଦୁଇଗୋଷ୍ଠୀ ମୁହାଁମୁହିଁ, ୬ ଆହାତ

କଟକ (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମରେ ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ବିଜେପି-ବିଜେଡି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷରୁ ୬ ଜଣ ଆହାତ। ସମସ୍ତ ଆହାତମାନଙ୍କୁ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଥିବା ବେଳେ ବିଜେପି କର୍ମୀ ସୁରେନ୍ଦ୍ର ମଲ୍ଲଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୋଲିସ ଓ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଏବେ ଚାପା ଉତ୍ତେଜନା ରହିଥିବାରୁ ପୋଲିସ ଫୋର୍ସ ମୃତୟନ କରାଯାଇଛି । ତେବେ ରଙ୍ଗର ପର୍ବ ହୋଲି ଉତ୍ସବ ଚାଲିଥିବା ବେଳ ଭୋଗଡା ଗ୍ରାମର ସରପଞ୍ଚ ସର୍ମିଳା ନାୟକଙ୍କ ସ୍ବାମୀ ଅରୁଣ ନାୟକ ଏବଂ ତାଙ୍କ ଭାଇ ଅକ୍ଷୟ ନାୟକ ଏବଂ ତାଙ୍କ ସହିତ ୧୦ ରୁ ଅଧିକ ଯୁବକ ହାତରେ ଖଣ୍ଡା ରଡ଼ ଭୂଜାଲି ଧରି ବିଜେପି କର୍ମୀ ମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ବିଜେପି କର୍ମୀ ୫ ଜଣ ଆହାତ ହୋଇଛନ୍ତି । ଜଣେ ଗୁରୁତର ହେବାରୁ କଟକ ରେଫର କରାଯାଇଛି।

ଘଟଣାକୁ ନେଇ ସୁରେନ୍ଦ୍ର ମଲ୍ଲଙ୍କ ପରିବାର ପକ୍ଷରୁ ତିଗିରିଆ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ଭୋଗଡା ସରପଞ୍ଚଙ୍କ ସ୍ବାମୀ ଅରୁଣ ନାୟକ ଏଣେ ସରକାରୀ ଶିକ୍ଷକ ହୋଇଥିବା ବେଳେ ଆଠଗଡ଼ ବିଧାୟକଙ୍କ ରାଇଟହାଣ୍ଡ ସାଜି ସେ ଅଞ୍ଚଳରେ ଗୁଣ୍ଡା ରାଜ କରିବା ସହିତ ଖୁଲମଖୁଲା ଶାସକ ଦଳର ପ୍ରଚାର ପ୍ରସାର କରିଥାନ୍ତି। ସେ ମଧ୍ୟ ବିଭିନ୍ନ ହତ୍ୟାକାଣ୍ଡ ରେ ଜଡିତ ରହିଥିବା ବେଳେ ସେ ଅଞ୍ଚଳରେ ଗୁଣ୍ଡାରାଜ ଚଳାଇଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି