Before Header

ମାଡ଼ ମରାଯାଉଛି, ଖାଦ୍ୟ ମିଳୁନି

0 36

ସୋର(ବଡ଼ ଖବର ବ୍ୟୁରୋ): ସବ୍ ଜେଲର ବିବାଦ ପିଛା ଛାଡୁନି । କିଛି ଦିନ ତଳେ ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜେଲ ଭିତରୁ କଏଦୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଭିଡିଓ ଭାଇରାଲ ହୋଇଛି । ଜେଲର ଜଣେ ବିଚରାଧୀନ କଏଦୀ ଜେଲ ଭିତରୁ ଏହି ଭିଡିଓ ଭାଇରଲ କରିଛନ୍ତି । ଜେଲ ଭିତରକୁ କେମିତି ମୋବାଇଲ ଗଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଜେଲରେ ସେମାନଙ୍କୁ ମାଡ଼ ମରାଯାଉଥିବା ବେଳେ ସେମାନଙ୍କୁ ଖାଦ୍ୟ ଠିକରେ ଦିଆଯାଉନାହିାଁ ସବୁଠାରୁ ବଡ଼ କଥା କିଛିଦିନ ପୂର୍ବରୁ ଜଣେ କଏଦୀ ଜେଲ ଭିତରେ ମୃତ୍ୟୁ ବରଣ କରିଥିଲେ ଓ ସେ ଜେଲ ଭିତରେ ଆତ୍ମହତ୍ୟା ହୋଇଥିବାନେଇ ପୋଷ୍ଟମୋର୍ଟମ ରିପୋର୍ଟ ରହିଛି ବୋଲି ଜେଲର କହିଛନ୍ତି । ଏଥସହିତ ଜେଲର ଗୋଟିଏ ପାଖରେ କୌଣସି ଘର ଦ୍ୱାର ନଥିବାରୁ ସେହି ବାଟରେ କିଛି ଅସାମାଜିକ ଯୁବକ ଫିଙ୍ଗିଦେଉଥିବା କହିଛନ୍ତି ।

Leave A Reply

Your email address will not be published.