ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡହଡହ ଖରାରେ ଅତିଷ୍ଠ ଲୋକେ । ଅକ୍ଟୋବରର ଦିନ ତାପମାତ୍ରା ରେକର୍ଡ ପରେ ରେକର୍ଡ ଅତିକ୍ରମ କରୁଛି । ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ଦେଖିବାକୁ ମିଳିଛି । ଅକ୍ଟୋବର ମାସରେ ପୁରୀ ସହର ତାପମାତ୍ରା ୩୬.୬°C । ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀ ସହରର ଦିନ ତାପମାତ୍ରା । ଅକ୍ଟୋବର ମାସ ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା । ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୪ ଅକ୍ଟୋବର ୨୦୨୪ରେ ଥିଲା । ୪ ଅକ୍ଟୋବର ୨୦୨୪ରେ ୩୬.୩°C ରେକର୍ଡ ହୋଇଥିଲା ।

୧୮୯୬ ମସିହାରୁ ସଂଗୃହୀତ ପାଣିପାଗ ତଥ୍ୟକୁ ଆଧାର କରି ଏହି ରେକର୍ଡ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ଭାବେ ୪ ଅକ୍ଟୋବର ୨୦୨୪ରେ ୩୬.୩ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଥିଲା। ତେବେ ଗତକାଲିର ୩୬.୬ ଡିଗ୍ରି ତାପମାତ୍ରା, ସେହି ରେକର୍ଡକୁ ଟପିଯାଇଛି । ଅକ୍ଟୋବର ମାସରେ ସାଧାରଣତଃ ମୌସୁମୀ ପ୍ରଭାବ ହ୍ରାସ ପାଇବା ସହ ପାଣିପାଗରେ ପରିବର୍ତ୍ତନ ଦେଖାଯାଏ । କିନ୍ତୁ ଚଳିତ ବର୍ଷ ପୁରୀରେ ତାପମାତ୍ରାର ଏଭଳି ବୃଦ୍ଧି ସହରବାସୀଙ୍କୁ ଚିନ୍ତାରେ ପକାଇଛି ।
