Masthead

ହତ୍ୟା ପ୍ରସଙ୍ଗ ନ ଉଠାଇବାକୁ ଦିଆ ଯାଉଛି ଧମକ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉଛି । ତେବେ ସସପେକ୍ଟ କିଏ ? କେଉଁ ପ୍ରକାର ଷଡ଼ଯନ୍ତ୍ର ହୋଇଛି ? ବ୍ୟବସାୟିକ କି ବ୍ୟକ୍ତିଗତ ଷଡ଼ଯନ୍ତ୍ର ହୋଇଛି ସେ ଦିଗରେ ତଦନ୍ତ ହେଉଛି କି । ଗୋପାଳ ପାଗଳ ନୁହେଁ ବୋଲି ଏସସିବି ମେଡ଼ିକାଲ ବୋର୍ଡ ରିପୋର୍ଟ ଦେଇଛନ୍ତି । କିନ୍ତୁ ତାକୁ ପାଗଳ ବୋଲି ସଜେଇବାକୁ ଚାହୁଁଛନ୍ତି କ୍ରାଇମବ୍ରାଞ୍ଚ, ସରକାର ଏବଂ ମୁଖ୍ୟମନ୍ତ୍ରୀ । ଯଦି ଏସସିବି ମେଡ଼ିକାଲ ବୋର୍ଡ ରିପୋର୍ଟ ଦେବା ପରେ କାହିଁକି ରିମାଣ୍ଡରେ ନେଇ ନିମାନ୍ସକୁ ନେବା ପାଇଁ ଚାହୁଁଛନ୍ତି ।

ମର୍ଡର ମୋଟିଭ କଣ ତାହା ଏବେ ସ୍ପଷ୍ଟ ହୋଇ ନାହିଁ। କ୍ରାଇମବ୍ରାଞ୍ଚ ମିଡିଆକୁ ଆସୁନାହିଁ କାହିଁକି । ଗୃହ ଭିତରେ ଓ ବାହାରେ ଏହି ପ୍ରସଙ୍ଗ ନ ଉଠେଇବା ପାଇଁ ପରୋକ୍ଷ ଭାବେ ଧମକ ଦିଆଯାଇଛି । ଏପରିକି ଅଶାଳୀନ ମନ୍ତବ୍ୟ ଦିଆଯାଉଛି । ଆମେ ଏପରି ସମ୍ବେଦନଶୀଳ ଘଟଣାରେ ନୀରବ ରହିବୁନି। ଗୃହର ଏ ବିଷୟରେ ଜାଣିବାର ଅଧିକାର ଅଛି । କଣ ପଦକ୍ଷେପ ନେଇଛନ୍ତି , କଣ ଷଡ଼ଯନ୍ତ୍ର ହୋଇଛି, ତଦନ୍ତ କେତେ ବାଟ ଆଗକୁ ଆଗେଇଛି ତାହା ଗୃହର ସଦସ୍ୟମାନେ ଜାଣିବାର ଅଧିକାର ଅଛି । ଷଡ଼ଯନ୍ତ୍ରର ଦଫା କାହିଁକି ଲାଗିନି ? ରାଜନୈତିକ ବାଧ୍ୟ ବାଧକତା ପାଇଁ ସରକାର ଏହାକୁ ଚାପି ଦେବାକୁ ଚାହୁଁଛନ୍ତି । ବାଚସ୍ପତି ରୁଲିଂ ଦିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ