Masthead

ହତ୍ୟା ପ୍ରସଙ୍ଗ ନ ଉଠାଇବାକୁ ଦିଆ ଯାଉଛି ଧମକ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉଛି । ତେବେ ସସପେକ୍ଟ କିଏ ? କେଉଁ ପ୍ରକାର ଷଡ଼ଯନ୍ତ୍ର ହୋଇଛି ? ବ୍ୟବସାୟିକ କି ବ୍ୟକ୍ତିଗତ ଷଡ଼ଯନ୍ତ୍ର ହୋଇଛି ସେ ଦିଗରେ ତଦନ୍ତ ହେଉଛି କି । ଗୋପାଳ ପାଗଳ ନୁହେଁ ବୋଲି ଏସସିବି ମେଡ଼ିକାଲ ବୋର୍ଡ ରିପୋର୍ଟ ଦେଇଛନ୍ତି । କିନ୍ତୁ ତାକୁ ପାଗଳ ବୋଲି ସଜେଇବାକୁ ଚାହୁଁଛନ୍ତି କ୍ରାଇମବ୍ରାଞ୍ଚ, ସରକାର ଏବଂ ମୁଖ୍ୟମନ୍ତ୍ରୀ । ଯଦି ଏସସିବି ମେଡ଼ିକାଲ ବୋର୍ଡ ରିପୋର୍ଟ ଦେବା ପରେ କାହିଁକି ରିମାଣ୍ଡରେ ନେଇ ନିମାନ୍ସକୁ ନେବା ପାଇଁ ଚାହୁଁଛନ୍ତି ।

ମର୍ଡର ମୋଟିଭ କଣ ତାହା ଏବେ ସ୍ପଷ୍ଟ ହୋଇ ନାହିଁ। କ୍ରାଇମବ୍ରାଞ୍ଚ ମିଡିଆକୁ ଆସୁନାହିଁ କାହିଁକି । ଗୃହ ଭିତରେ ଓ ବାହାରେ ଏହି ପ୍ରସଙ୍ଗ ନ ଉଠେଇବା ପାଇଁ ପରୋକ୍ଷ ଭାବେ ଧମକ ଦିଆଯାଇଛି । ଏପରିକି ଅଶାଳୀନ ମନ୍ତବ୍ୟ ଦିଆଯାଉଛି । ଆମେ ଏପରି ସମ୍ବେଦନଶୀଳ ଘଟଣାରେ ନୀରବ ରହିବୁନି। ଗୃହର ଏ ବିଷୟରେ ଜାଣିବାର ଅଧିକାର ଅଛି । କଣ ପଦକ୍ଷେପ ନେଇଛନ୍ତି , କଣ ଷଡ଼ଯନ୍ତ୍ର ହୋଇଛି, ତଦନ୍ତ କେତେ ବାଟ ଆଗକୁ ଆଗେଇଛି ତାହା ଗୃହର ସଦସ୍ୟମାନେ ଜାଣିବାର ଅଧିକାର ଅଛି । ଷଡ଼ଯନ୍ତ୍ରର ଦଫା କାହିଁକି ଲାଗିନି ? ରାଜନୈତିକ ବାଧ୍ୟ ବାଧକତା ପାଇଁ ସରକାର ଏହାକୁ ଚାପି ଦେବାକୁ ଚାହୁଁଛନ୍ତି । ବାଚସ୍ପତି ରୁଲିଂ ଦିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି