Masthead

ୟୁପିଏକୁ ‘ଏନଜିଓ’ କହିଲା ଶିବସେନା

ୟୁପିଏ ଏକ ଏନଜିଓ ବୋଲି କହିଛି ଶିବସେନା । ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ବାଦକୀୟରେ ଏହା ଉଲ୍ଲେଖ କରିଛି । ଏହା ସହିତ ‘ସାମନା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି। ୟୁପିଏ ଏକ ଏନଜିଓ ପାଲଟି ଯାଇଥିବା ଦର୍ଶାଇ ଏହାର ନେତୃତ୍ଵ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି । ଶିବସେନାର ଏହି ପଦକ୍ଷେପ ମହାରାଷ୍ଟ୍ରର ମେଣ୍ଟ ସରକାର ମହାବିକାଶ ଅଘାଡ଼ି ଉପରେ କି ପ୍ରଭାବ ପକାଉଛି ତାହା ଦେଖିବା ଲାଗି ରାଜନୈତିକ ବିଶ୍ଳେଷକମାନେ ଚାହିଁ ରହିଛନ୍ତି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି । ଏବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ୟୁପିଏ ମଙ୍ଗ ଧରିଛନ୍ତି । ଏପରି ସ୍ଥିତିରେ ଶିବସେନାର ଏହି ମନ୍ତବ୍ୟରେ ସିଧାସଳଖ ସୋନିଆଙ୍କୁ ଟାର୍ଗେଟ କରାଯାଇଥିବା ସ୍ପଷ୍ଟ ହେଉଛି ।

‘ସାମନା’ ସମ୍ପାଦକୀୟରେ କୁହାଯାଇଛି ଯେ, ବିଜେପିର ବିରୋଧ କରିବା ଲାଗି ଯେପର୍ୟ୍ୟନ୍ତ ୟୁପିଏର ସମସ୍ତ ଦଳ ଏକାଠି ନ ହୋଇଛନ୍ତି, ସେ ପର୍ୟ୍ୟନ୍ତ ବିରୋଧୀମାନେ ସରକାର ସମ୍ମୁଖରେ ପ୍ରଭାବହୀନ ରହିବେ । ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀ ରାଜରାସ୍ତାରୁ ପୋଲିସ ଗିରଫ କରିନେଲା, ରାହୁଲ ଗାନ୍ଧୀଙ୍କୁ ଅପହାସ କରାଗଲା, ଏଠାରେ ମହାରାଷ୍ଟ୍ରରେ ସରକାରକୁ କାମ କରିବାରେ ରୋକାଯାଉଛି, ଏସବୁ ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ର ବିରୋଧୀ । ଏହା ବ୍ୟତୀତ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ‘ସାମନା’ରେ ଲେଖାଯାଇଛି ଯେ, କୃଷକମାନଙ୍କ ଦ୍ୱାରା ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରହିଛି । ସରକାର ଏହାକୁ ନେଇ ଆଦୌ ଚିନ୍ତିତ ନାହାନ୍ତି । ସରକାରଙ୍କ ଏପରି ବ୍ୟବହାରର କାରଣ ହେଉଛି ଦୁର୍ବଳ ବିରୋଧୀ । ବର୍ତ୍ତମାନର ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ନିର୍ଜୀବ ହୋଇପଡ଼ିଛି । ଏଥିରେ ସୁଧାର ଆଣିବା ଜରୁରୀ । ବିରୋଧୀଙ୍କ ଏପରି ଅବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହା ଦାୟୀ ନୁହନ୍ତି। ଏଥିପାଇଁ ବିରୋଧୀମାନେ ହିଁ ଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି