Masthead

ବିଧାୟକ ପ୍ରାର୍ଥୀଙ୍କ ଠାରୁ ଅର୍ଥ ଫେରସ୍ତ ଦାବି କଲେ କ୍ଷତିଗ୍ରସ୍ତ ହିତାଧିକାରୀ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): ବିଜେପିର ପାଟଣା ନିର୍ବାଚନମଣ୍ଡଳିର ପ୍ରାର୍ଥୀ ଅଖିଳ ନାଏକଙ୍କ ବିରୁଦ୍ଧରେ ଅଭିଯୋଗ । ଉକ୍ତ ଅଂଚଳର କିଛି ଲୋକ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା କ୍ରାଉଡ ଓଡ଼ିଶା ସଂସ୍ଥା ଜରିଆରେ ୩ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇ ବାସହୀନ ଲୋକଙ୍କୁ ମାଗଣା ଘର ଯୋଗାଇ ଦେବା ପାଇଁ ଆଦାୟ କରାଯାଇଥିବା ଅଭିଯୋଗ କରିଛନ୍ତି । କ୍ଷତିଗ୍ରସ୍ତ ଲୋକମାନେ ଆଜି ଆସି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ଅଭିଯୋଗ ପତ୍ର ଦେଇ ଟଙ୍କା ଫେରସ୍ତ ପାଇଁ ଦାବି ଜଣାଇଛନ୍ତି ।

ଦୀର୍ଘ ପ୍ରାୟ ୨ବର୍ଷରୁ ଅଧିକ ହେବ ପାଟଣା, ସାହାରପଡା, ସଦର ଏବଂ ଘଟଗାଁ ବ୍ଲକ ଅଂଚଳର ୩୦୦ଲୋକଙ୍କ ଠାରୁ ଏଭଳି ମାଗଣା ଘର ଯୋଗାଇ ଦେବା ନାମରେ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଘର ନ ପାଇବାରୁ ସେମାନେ ଜମା ଦେଇଥିବା ଅର୍ଥ ଫେରସ୍ତ ଦାବି କରିଛନ୍ତି । ତେବେ ଉକ୍ତ ସଂସ୍ଥା ଅର୍ଥ ନେଇ ରସିଦ୍ ଦେଇଥିବାବେଳେ ଘର କାହିଁକି ଦେଇ ନାହିଁ ତାହା ତଦନ୍ତ ହେଲେ ଜଣାପଡିବ । ଅନ୍ୟପକ୍ଷରେ ଏଥିପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କୁ ଦାୟୀ କରି ଅର୍ଥ ଫେରସ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ସମ୍ପର୍କରେ ପ୍ରାର୍ଥୀଙ୍କୁ ଜଣାଇ ଏହାର ସମାଧାନ କରିବେ ବୋଲି ଜିଲ୍ଲା ସଭାପତି ଲୋକଙ୍କୁ ଆଶ୍ୱାସନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ