Masthead

ଉଦାହରଣ ସୃଷ୍ଟି କଲା ସେବା ଚାରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଏକ ପ୍ରମୁଖ ସହର। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଯାନବାହାନ ଚଳାଚଳ କରୁଛି। ଲକ୍ଷଲକ୍ଷ ଲୋକଙ୍କ ଲାଇଫଲାଇନ ସାଜିଛି ଏହି ରାସ୍ତା। କିନ୍ତୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା କାହାରି ନିଘା ନାହିଁ। ସତେ ଯେମିତି ନେତା, ପ୍ରଶାସନ ଅନ୍ଧ ହୋଇଯାଇଛନ୍ତି। ରାସ୍ତା ମରାମତି ପାଇଁ ବିଭାଗୀୟ ଅବହେଳା, ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଭଳି ନିତିଦିନିଆ ସମସ୍ୟାର ସାମୟିକ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ସ୍ୱେଚ୍ଛାସେବୀ ସଂଗଠନ ସେବା ଚାରିଟେବୁଲ ଟ୍ରଷ୍ଟ। ବ୍ରହ୍ମପୁର ଛକଠାରୁ ରାମପୁର ପର୍ୟ୍ୟନ୍ତ ବିପର୍ୟ୍ୟସ୍ତ ରାସ୍ତାକୁ ସଜାଡ଼ିଛନ୍ତି ଏହି ସଂଗଠନର କର୍ମକର୍ତ୍ତା। ବର୍ଷବର୍ଷ ଧରି ପାଟଣାଗଡ଼ ସହରର ଏହି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଅନେକ ବର୍ଷ ହେଲା ମରାମତି ହୋଇ ନ ଥିବା ବେଳେ ଖାଲଖମାରେ ଭର୍ତ୍ତି ହୋଇପଡ଼ିଥିଲା। ଏ ବିଷୟରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଅବଗତ କରିଛନ୍ତି। ଏହି ରାସ୍ତାରେ ସାଂସଦ ସବୁ ଦିନ ଯାଉଛନ୍ତି, ବିଧାୟକଙ୍କ ଘର ସାମ୍ନାରେ ଆଣ୍ଠୁଏ ଖାଲ । କିନ୍ତୁ ରାସ୍ତା ସୁଧାର ପାଇଁ କାହାର ନିଘା ନାହିଁ। ଫଳରେ ଆଜି ସେବା ଟ୍ରଷ୍ଟର ୬୦ଜଣ ସଦସ୍ୟ ନିଜ ଉଦ୍ୟମରେ ରାସ୍ତା ସଜାଡ଼ିବାକୁ ପହଞ୍ଚିଛନ୍ତି। ରାଜନେତାଙ୍କ ଉପରେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ଟ୍ରଷ୍ଟର ସଦସ୍ୟ। ଟ୍ରଷ୍ଟ ସଦସ୍ୟମାନେ ଟ୍ରାକ୍ଟର ସାହାଯ୍ୟରେ ପଥରଗୁଣ୍ଡ ପକାଇ ଖାଲଖମା ସମତୁଲ କରିଛନ୍ତି। ବ୍ରହ୍ମପୁର ଛକଠାରୁ ରାମପୁର ପର୍ୟ୍ୟନ୍ତ ୪ କିଲୋମିଟର ରାସ୍ତାକୁ ମରାମତି କରି ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସମାଜସେବାରେ ନିଜକୁ ଗୁଣ୍ଡୁଚିମୂଷାର ପରିଚୟ ଦେଇ ଏଭଳି ସେବା କାମ କରିବାକୁ ଶପଥ ନେଇଥିବା କହଛନ୍ତି ଟ୍ରଷ୍ଟ ସଭାପତି। ଟ୍ରଷ୍ଟର ଏଭଳି କାମ ପରେ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ରାଜନେତା ଏବଂ ପ୍ରଶାସନର ଅପାରଗତା ପଦାରେ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼