Masthead

ଦଶମ ରାଉଣ୍ଡ ଶେଷ ସୁଦ୍ଧା କେତେ ଭୋଟ ପାଇଲେ ବେଣୁ ମଉସା ଜାଣନ୍ତୁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ) : ବାଲେଶ୍ୱର ଉପ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ବାରିକ (ବେଣୁ ମଉସା ) । ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କୁ ନେଇ ସରଗରମ ହେଇଥିଲା ବାଲେଶ୍ୱର ରାଜନୀତି । ବୃତ୍ତିରେ ବାରିକ ଥିବା ବେଣୁ ମଉସା ବସ୍ତି ବାସିନ୍ଦାଙ୍କ ହକ ପାଇଁ ଲଢେଇ କରି ଚର୍ଚ୍ଚାରେ ଥିଲେ । ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବେଣୁ ମଉସାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିଥିଲେ ଅନେକ ୟୁଜର୍ସ । ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା ମଧ୍ୟ ବେଣୁ ମଉସାଙ୍କ ପାଇଁ କରିଥିଲେ ପ୍ରଚାର ।

ପ୍ରଥମେ ଚାଲ ଚାଲି ପ୍ରଚାର କରୁଥିବା ବେଣୁ ମଉସା ପରେ ବିଏମଡବ୍ଲ୍ୟୁ ଭଳି ସୌଖିନ ଗାଡ଼ି ଧରି କରିଥିଲେ ପ୍ରଚାର । ଆଜି ଭୋଟ ଗଣତି ବେଳେ ଆପଣ ସମସ୍ତଙ୍କ ନଜର ଥିବ ବେଣୁ ମଉସାଙ୍କ ଉପରେ । ତେବେ ଆପଣ ଜାଣନ୍ତି କି କେତେ ଭୋଟ ପାଇଛନ୍ତି ବେଣୁ ମଉସା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦଶମ ରାଉଣ୍ଡ ଶେଷ ସୁଦ୍ଧା ବେଣୁ ମଉସାଙ୍କୁ ମିଳିଛି ମାତ୍ର ୩୨୬ ଭୋଟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ