Before Header

ଉପ-ନିର୍ବାଚନ ବାଜି: ଏବେ ସୁଦ୍ଧା କିଏ ଆଗରେ

0 385

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଗଣତି ଚାଲିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବାଲେଶ୍ୱରରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ବିଜେଡି ସାମାନ୍ୟ ଆଗରେ ରହିଛି । ବିଜେଡିର ସ୍ୱରୂପ ଦାସ ୧୮୯୦୨ ଭୋଟ୍ ପାଇଛନ୍ତି । ସେହିଭଳି ବିଜେପିର ମାନସ ଦତ୍ତ ୧୫୪୭୧ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମାତ୍ର ୨୬୭୦ ଭୋଟ୍ ପାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମଧ୍ୟ ମାତ୍ର ୧୫୮ ଭୋଟ୍ ପାଇଛନ୍ତି । ସମୁଦାୟ ୧୪ ରାଉଣ୍ଡ ଗଣତି କରାଯିବ । ଆଉ ୮ ରାଉଣ୍ଡ ଗଣତି ବାକି ରହିଛି ।

 ତେବେ ତିର୍ତ୍ତୋଲରେ ବିଜେଡି ଏକପାଖିଆ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୧୯୯୬ ଭୋଟ୍ ପାଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୧୩୮୮୨, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୭୯୦ ଭୋଟ୍ ପାଇଛନ୍ତି ।

Leave A Reply

Your email address will not be published.