Masthead

ବଲିଉଡରେ ଏଣ୍ଟ୍ରି କରିବେ ଭାବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡରେ ଡେବ୍ୟୁ କରିବେ “ଭାବିଜୀ ଘର ପର ହେ”ର ପୁରୁଣା ଭାବି ଶିଳ୍ପା ଶିନ୍ଦେ । ଶିଲ୍ପା ଶିନ୍ଦେ ଜଲଦି ହିଁ ଫ୍ୟାମିଲି ଡ୍ରାମା ଫିଲ୍ମ “ବୁନ୍ଦୀ ରାୟତା”ରେ ନଜର ଆସିବେ। ସବ ଟିଭିରେ ଆସୁଥିବା ଲୋକପ୍ରିୟ ସିରିୟଲ “ଭାବିଜୀ ଘର ପର ହେ”ରେ ଶିଳ୍ପା ନିଜର ଉଚ୍ଚ କୋଟିର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଥିଲେ । ସେ ‘ବିଗବସ-୧୧’ରେ ଚର୍ଚ୍ଚାରେ ରହି ଦର୍ଶକଙ୍କ ଦିଲ ଜିତିଥିଲେ । ପରେ ସେ ଟିଭି କମେଡି ସୋ ‘ ଙ୍ଗ୍ୟାଙ୍ଗସ ଅଫ ଫିଲ୍ମିସ୍ତାନ’ରେ ସୁନୀଲ ଗ୍ରୋବରଙ୍କ ସହିତ କିଛିଦିନ ନଜର ଆସିବା ପରେ ଟିଭିରୁ ଗାଏବ ହୋଇଯାଇଥିଲେ। ଦର୍ଶକଙ୍କ ପ୍ରିୟ ଭାବି ଶିଳ୍ପା ଶିନ୍ଦେ ଏବେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ।

ସେ ଆଗାମୀ ବଲିଉଡ ଫିଲ୍ମ ‘ବୁନ୍ଦୀ ରାୟତା’ରେ ନଜର ଆସିବେ । ଶିଳ୍ପା ଶିନ୍ଦେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ଶିଳ୍ପା ରବି କିଶନଙ୍କ ସହ ରୋମାନ୍ସ କରିବେ। ଫିଲ୍ମର ସୁଟିଂ ଡେରାଡୁନ୍ରେ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ହେଉଛି ଏକ ଫ୍ୟାମିଲି ଡ୍ରାମା ଫିଲ୍ମ। ଫିଲ୍ମରେ ଶିଳ୍ପା ହିମାଂଶୁ କୋହଲିଙ୍କ ବଡ଼ ଭଉଣୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା କମଲ ଚନ୍ଦ୍ରା ଦେଇଛନ୍ତି । ଶିଳ୍ପାଙ୍କ ସହିତ ବଙ୍ଗାଳି ଫିଲ୍ମ କଳାକାର ଦର୍ଶନା ବାନିକ ମଧ୍ୟ ନଜର ଆସିବେ। ଶିଳ୍ପାଙ୍କ ଏହି ଫିଲ୍ମରେ ହିମାଂଶୁ କୋହଲି, ସୋନାଲୀ ସହଗଲ, ନୀରଜ ସୁଦ, ଅଲକା ଅମୀନ ଏବଂ ରାଜେଶ ଶର୍ମା ନଜରରେ ଆସିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା