Masthead

ଉଭେଇ ଯାଉଛି ରାୟଗଡ଼ା ସହରର ସୌନ୍ଦର୍ଯ୍ୟ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଜିଲ୍ଲା ଗଠନକୁ ୨୯ ବର୍ଷ ଚାଲିଲା । ତଥାପି ରାୟଗଡ଼ା ସହରରେ ସ୍ଥାୟୀ ପରିବା ବଜାରଟିଏ ନାହିଁ । ଦ୍ରୁତଗତିରେ ଜନସଂଖ୍ୟା ସହ ସହର ମଧ୍ୟ ବଢ଼ିଚାଲିଛି । ଜନସଂଖ୍ୟା ଏକ ଲକ୍ଷ ଛୁଇଁଲାଣି । ଏଯର୍ପ୍ୟନ୍ତ ପରିବା ବଜାର ନିର୍ମାଣ ହୋଇପାରୁ ନାହିଁ । ସହରର ସବୁରାସ୍ତା କଡ଼ରେ ଧାଡ଼ି ଧାଡ଼ି ପରିବା ପସରା । ଫଳରେ ସହରର ପରିମଳ ବ୍ୟବସ୍ଥା ପ୍ରଭାବିତ ହେବାସହ ସୌନ୍ଦର୍ଯ୍ୟ ଉଭେଇ ଯାଉଛି ।

ଦକ୍ଷିଣ ଓଡ଼ିଶାର ଅନ୍ୟତମ ବାଣିଜ୍ୟକେନ୍ଦ୍ର ହେଉଛି ରାୟଗଡ଼ା ସହର । ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ରାୟଗଡ଼ାକୁ ରେଳବାଇ ଡିଭିଜନ ରୂପେ ଘୋଷଣା କରାଯାଇଛି । ସହରରେ ଲକ୍ଷେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ବାଣିଜ୍ୟ ଉଦ୍ଦେଶ୍ୟରେ ହଜାର ହଜାର ଲୋକ ରାତିପାହିଲେ ଏଠାକୁ ଛୁଟି ଆସୁଛନ୍ତି । ତଥାପି ଏତେବଡ଼ ସହରରେ ଯୋଜନା ଭିତ୍ତିକ ସ୍ଥାୟୀ ପରିବା ବଜାରଟିଏ ନାହିଁ । ସହରର ମଧ୍ୟଭାଗରେ ଥିବା ଫ୍ଲାଇଓଭର ତଳେ ପୌର ପରିଷଦ ହାତଗଣତି କେତୋଟି ପିଣ୍ଡି ଖୋଲିଦେଇ ଟିକସ୍ ଆଦାୟରେ ବ୍ୟସ୍ତ । ଏହି ବ୍ୟବସ୍ଥା ଯଥେଷ୍ଟ ନଥିବା ଅଭିଯୋଗ କରିଛନ୍ତ ସ୍ଥାନୀୟ ବାସିନ୍ଦା । ରାସ୍ତାକଡ ଡ୍ରେନ,ଫୁଟପାଥ ଉପରେ ଉଠାଦୋକାନୀଙ୍କ ପସରା ଧାଡି ହୋଇ ପଡିଥିବା ଦେଖିବାକୁ ମିଳୁଛି ।

ଫ୍ଲାଇଓଭର ଯିବା ୱାନ-ୱେ ରାସ୍ତାର ଉଭୟ କଡରେ ପରିବା ପସରା ଲାଗିରହୁଛି । ଯାନବାହନର ଗହଳି ଭିତରେ ବଜାର କରିବା ବିପଦମୁକ୍ତ ନୁହେଁ ବୋଲି ଲୋକମାନେ କହିଛନ୍ତି । ପରିମାଣ ସ୍ୱରୂପ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ