୨୧ ବର୍ଷ ପରେ ମିଳିଲା ରାୟ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ର ବହୁ ଚର୍ଚ୍ଚିତ ଆସିକା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆସିକା ବ୍ଲକ ଅଧ୍ୟକ୍ଷ ଉମାଚରଣ ବିଷୋୟୀ ହତ୍ୟା କାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଦୀର୍ଘ ୨୧ ବର୍ଷ ପରେ ହତ୍ୟାକାଣ୍ଡର ସାକ୍ଷି ପ୍ରମାଣକୁ ବିଚାର କରି ଆଜି ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାରେ ଜଣକୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମନା କରାଯାଇଛି ।ଅନ୍ୟ ସମ୍ପୃକ୍ତ ଆସାମୀମାନଙ୍କୁ ସାକ୍ଷୀ ପ୍ରମାଣ ଅଭାବରୁ  ନିର୍ଦ୍ଦୋଶରେ ଖଲାସ କରାଯାଇଛି ।

ରାଜନୀତି ଓ ବ୍ୟବସାୟରୁ ସବୁଦିନ ପାଇଁ ହଟାଇବା ଉଦ୍ଦେଶ୍ୟରେଯୋଜନା ବଦ୍ଧ ଭାବେ ତାଙ୍କୁ ତାଙ୍କ ଘରୁ ୨୬-୭-୨୦୦୨ ତାରିଖ ରାତିରେ ସୂର୍ଯ୍ୟ ପଲାଇ, ଓ ତାର ସହଯୋଗୀମାନେ ଜୋରଜବରଦସ୍ତି କରି ଏକ କାରରେ ଟାଣି ନେଇ ବାବନପୁର ସ୍ଥିତ ଗଡଗଡିଆ ପାହାଡ ନିକଟରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣା ପରେ ତାଙ୍କ ସ୍ତ୍ରୀ ରୁନୁ ବିଷୋୟୀ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ