Masthead

ବିଜେଡିରେ ମିଶିଲେ ବାବୁଲା ମଲ୍ଲିକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ମିଶିଲେ ଭାଗିରଥୀ ମଲ୍ଲିକ । ଶତାଧିକ କର୍ମକର୍ତ୍ତାଙ୍କୁ ନେଇ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ୨୦୩୬ ପାଇଁ ନବୀନ ପଟ୍ଟନାୟକ ଦେଖିଥିବା ଓଡ଼ିଶାର ସ୍ୱପ୍ନରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା କହିଛନ୍ତି ବାବୁଲା । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ, ସାଂସଦ ଅତୁ୍ୟତ ସାମନ୍ତ ଓ ବିଧାୟକ ମହିଧର ରଣାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇଛି ।

ଏହାରି ଭିତରେ କଥା ଛଳରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ପେସାଦାର ଅପରାଧି କହିବାକୁ ପଛେଇ ନାହାନ୍ତି । ନିର୍ବାଚନ ସମୟରେ ଭୋଟର ଉଚିତ ଜବାବ ଦେବେ କହିଛନ୍ତି । ଭାଗିରଥୀ ହେଉଛନ୍ତି ବୌଦ୍ଧ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ରାମଚନ୍ଦ୍ର ମଲ୍ଲିକଙ୍କ ପୁଅ । ପେସାରେ ବାବୁଲା ଜଣେ ଓକିଲ । ସେପଟେ ଦଳରେ ମିଶିଥିବା ଦାମୋଦର ମିଶ୍ର କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ହେଲା ରାଜ୍ୟକୁ ବିକାଶ ପଥରେ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ବିକାଶଧାରା ଲୋକଙ୍କୁ ଆକର୍ଷିତ କରିଛି ।

ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କନ୍ଧମାଳ ସାଂସଦ ଅତୁ୍ୟତ ସାମନ୍ତ, କଂଟାମାଳ ବିଧାୟକ ମହିଧର ରଣା, ପର୍ଯ୍ୟବେକ୍ଷକ ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଦଳରେ ଯୋଗ ଦେଇଥିବା ବ୍ୟକ୍ତି ହେଲେ ଆଶିଷ ଘିବେଲା, ନିରଞ୍ଜନ ଦେହୁରୀ, ଶଙ୍କର ସେଠୀ, ସଞ୍ଜୟ କମ୍ପ, ଅଭିମନୁ୍ୟ ନାୟକ, ପିଣ୍ଟୁ ମେହେର ଭଳି ୨ଶହରୁ ଅଧିକ ନେତା-କର୍ମକର୍ତ୍ତା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ