Masthead

ଭୁଲଥିଲା କି ଆମେରିକାର ଏୟାରଷ୍ଟ୍ରାଇକ୍ !

କାବୁଲ(ବଡ଼ ଖବର ବ୍ୟୁରୋ) :     କାବୁଲ ବିମାନବନ୍ଦରରେ ହୋଇଥିବା ବିଷ୍ଫୋରଣ ପଛରେ ଆଇଏସ ଆତଙ୍କବାଦୀର ହାତ ରହିଥିବା ନେଇ ଜଣାପଡିଥିଲା । ଆଉ ଏହି ବିଷ୍ଫୋରଣ ପରେ ଆମେରିକା ଏୟାରଷ୍ଟ୍ରାଇକ କରିଥିଲା । ତେବେ ଆମେରିକାର ଏୟାରଷ୍ଟ୍ରାଇକ ପରେ ଆଇଏସ ଖୋରାସାନର ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ନେଇ ସୂଚନା ମିଳିଥିଲା ।

ହେଲେ ଏବେ ଆମେରିକା ଆତଙ୍କବାଦୀଙ୍କୁ ଜାଣିବାରେ ଭୁଲ କରିଥିବା ନେଇ ରିପୋର୍ଟରେ ଦାବି କରିଛି । ଆମେରିକାର ଦାବି ଅନୁଯାଇ ହୋଇଥିବା ଏୟାରଷ୍ଟ୍ରାଇକରେ ନୀରିହ ଲୋକ ପ୍ରାଣ ହରାଇଛନ୍ତି । ଆମେରିକା ଅଗଷ୍ଟ ୨୯ରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ତେବେ ଆମେରିକା ଖୋରାସାନ୍ ଆତଙ୍କବାଦୀଙ୍କୁ ମାରିବା ବଦଳରେ ଭୁଲରେ ନିଜର ସହାୟତା କର୍ମଚାରିଙ୍କୁ ଟାର୍ଗେଟ କରିଥିଲା ।

ଏ ନେଇ ନିୟୁର୍କ ଟାଇମ୍ସର ରିପୋର୍ଟରୁ ଜଣାପଡିଛି । ତେବେ ଏଫିପି କହିବା ଅନୁଯାଇ, ଏଜମାରାଇ ଅହମଦି ଥିଲେ କାଲିଫର୍ଣ୍ଣିଆ ସହାୟତା ସଂସ୍ଥାନର ଜଣେ ବୈଦ୍ୟୁତୁକ ଯନ୍ତ୍ରୀ । ସେ ‘ନ୍ୟୁଟ୍ରେସନ୍ ଆଣ୍ଡ ଏଜୁକେସନ୍ ଇଣ୍ଟରନ୍ୟାସନାଲ’ ପାଇଁ ଲବି କରୁଥିଲେ । ତେବେ ଡ୍ରୋନ ଆକ୍ରମଣ ପରେ ବଡଧରଣର ବିଷ୍ଫୋରଣ ଘଟିଥିବା ନେଇ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି । କିନ୍ତୁ ନିୟୁର୍କ ଟାଇମ୍ସର ତଦନ୍ତ ଅନୁଯାଇ ଦ୍ୱିତୀୟ ବିଷ୍ପୋରଣ ଘଟିଥିବା ନେଇ କୌଣସି ପ୍ରମାଣ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର