Masthead

ଯୌତୁକ ପାଇଁ ତଣ୍ଟି ଚିପି ମାରିଦେଲେ ଶାଶୁଘର ଲୋକେ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପ୍ରେମ ବିବାହର କରୁଣ ପରିଣତି । ବାହାଘର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ନବବଧୂ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ଷଣ୍ଢଗଡା ଗ୍ରାମରେ । ସୂଚନା ମୁତାବକ ଷଣ୍ଢଗଡା ଗ୍ରାମର ଶରତ ନାୟକଙ୍କ ପୁଅ କମଳାକାନ୍ତ ନାୟକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମର ରବିନ୍ଦ୍ର ସାହୁଙ୍କ ଝିଅ ଲିପି ସାହୁଙ୍କୁ ଚାରିମାସ ତଳେ ପ୍ରେମ ବିବାହ କରିଥିଲେ ।

ମନ୍ଦିରରେ ଉଭୟ ପରିବାର ସମ୍ମତିରେ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ମାତ୍ର ବିବାହ ପରେ ସ୍ୱାମୀର ପରିବାର ପକ୍ଷରୁ ୫ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା । ବହୁ କଷ୍ଟରେ ଝିଅ ଘର ତରଫରୁ ୨ଲକ୍ଷ ଟଙ୍କା ପ୍ରଦାନ ବି କରାଯାଇଥିଲା ମାତ୍ର ଆଉ ୩ଲକ୍ଷ ଦେବାରେ ବିଳମ୍ବ ହେବାରୁ ଲିପିକୁ ମାନସିକ ନିର୍ଯାତନା ଦିଆଯାଉଥିଲା । ପ୍ରତିଦିନ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ ଶାଶୁଘର ଲୋକେ ।

ଏନେଇ ଉଭୟ ପରିବାର ପକ୍ଷରୁ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା ।ଅଭିଯୋଗର କିଛି ଘଣ୍ଟା ନପୁରୁଣୁ ଶାଶୁଘର ଲୋକେ ବୋହୂର ତଣ୍ଟିଚିପି ମାରିଦେଇଥିବା ଝିଅର ଭାଇ ରାଜେନ୍ଦ୍ର ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶାଶୂଘର ଲୋକେ ଫେରାର ଥିବା ଦେଖିବାକୁ ମିଳିଛି । ଝିଅଘର ଅଭିଯୋଗ ମୂଳେ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଓ ବାଂଶଡା ଥାନାଧିକାରୀ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ