ବେକାରୀ ସମସ୍ୟାକୁ ନେଇ ତାତିଲା ଭଞ୍ଜସେନା

ରାଇରଙ୍ଗପୁର, (ବଡ଼ ଖବର ବ୍ୟୁରୋ): ରାଜ୍ୟ ବାହାରେ ଦାଦନ ଖଟୁଥିବା ମୟୂରଭଞ୍ଜ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ନିମନ୍ତେ ଭଞ୍ଜସେନା ପକ୍ଷରୁ ରାଇରଙ୍ଗପୁର ସହରର କୁଡୁମୀ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହା ପ୍ରାକୃତିକ ତଥା ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଜିଲ୍ଲାରେ ଲୌହଖଣି ରହିଛି। ଅନ୍ୟ ରାଜ୍ୟକୁ ଲୁହାପଥର ଚାଲାଣ ହେଉଥିଲେ ମଧ୍ୟ ଏ ଅଞ୍ଚଳରେ କୌଣସି କଳକାରଖାନା ନିର୍ମାଣ କରାଯାଉ ନାହିଁ।

ଫଳରେ ଜିଲ୍ଲାରେ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବେକାରୀ ସମସ୍ୟା ଦୂର କରିବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଭଞ୍ଜସେନା ସ୍ୱର ଉତ୍ତୋଳନ କରି ସରକାରଙ୍କ ନିକଟରେ ଦାବି କରିଛି। ସେପଟେ ଡିସେମ୍ବର ୧୦ ବିଶ୍ୱ ମାନବାଧିକାର ଦିବସଠାରୁ ଜିଲ୍ଲାରୁ ଲୁହାପଥର ପରିବହନ କରିବାକୁ ଦିଆଯିବ ନାହିଁ ଏବଂ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଭଞ୍ଜସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

ବୈଠକରେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ବରିଷ୍ଠ ସାମ୍ବାଦିକ, ରାଜନେତା, ମଜଦୁର ସଂଘ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’