Masthead

ପୋଲିସ ସଂଜତ ବ୍ୟବହାର କରିବାର ଥିଲା: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ସଙ୍ଘର୍ଷ ଘଟଣାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନ । ଆଉ ଏହି ପ୍ରଶ୍ନ କମିସନରେଟ ପୋଲିସ ପାଇଁ । ପ୍ରଜାତନ୍ତ୍ରରେ ପ୍ରକାଶ ପାଉଥିବା ତାଙ୍କର ଧ୍ୱନିପ୍ରତିଧ୍ୱନି ସ୍ତମ୍ଭରେ ସେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ସ୍ତମ୍ଭର ଶୀର୍ଷକ ରହିଛି- ଉଚ୍ଚାରଣ ଓ ଆଚରଣ ମାର୍ଜିତ ହେବା ଆବଶ୍ୟକ । ଏଥିରେ ସେ ପୱନ ଖେରା ପ୍ରସଙ୍ଗରୁ କଥା ଆରମ୍ଭ କରି ୨୮ ତାରିଖରେ ଲୋୟର ପିଏମଜିରେ ହୋଇଥିବା କମିସନରେଟ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ସଙ୍ଘର୍ଷ କଥାଉଠାଇଛନ୍ତି ।

ସେ ଲେଖିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଭାରତୀୟ ଯୁବମୋର୍ଚ୍ଚ ବିକ୍ଷୋଭବେଳେ ପୋଲିସ ଯେପ୍ରକାର ହିଂସାକାଣ୍ଡରେ ବ୍ୟାପୃତ ହେଲା, ତାହାର ପଟ୍ଟାନ୍ତର ନାହିଁ । ବିଧାନସଭା ଆଡ଼କୁ ଯେ ପୂର୍ବରୁ ବିକ୍ଷୋଭକାରୀ ଧସେଇ ପଶିବାକୁ ଚେଷ୍ଟା କରିନାହାନ୍ତି, ତା’ ନୁହେଁ । ପୁଣି ବିରୋଧୀ ଦଳର ଯୁବସଂଗଠନର ବିକ୍ଷୋଭ ବେଳେ ଯଦି ବି ଲୋକ ଉଶୃଙ୍ଖଳ ହୋଇଗଲେ, ପୋଲିସକୁ ଲାଠିଚାଳନା କରି ସେମାନଙ୍କୁ ଘଉଡ଼ାଇଦେବା ଉଚିତ୍ ଥିଲା । ଗୁଣ୍ଡାଙ୍କ ଭଳି ସାଦା ପୋଷାକରେ ଯେଉଁମାନେ ବିକ୍ଷୋଭକାରୀ ତଥା ମହିଳାମାନଙ୍କୁ ଆକ୍ରମଣ କଲେ, ସେମାନେ ପୋଲିସର ସାଦାପୋଷାକଧାରୀ ଯଦି ହୋଇଥିବେ, ତେବେ ତାହା ପୋଲିସ କମିଶନର କହିବା ଦରକାର ।

ଏହାସହ ପୋଲିସକୁ କିଛି ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି, ଯଦି ସେମାନେ ସାଦା ପୋଷାକଧାରୀ ପୋଲିସ, ତେବେ ସେମାନଙ୍କୁ ଭିଡ଼ ନିୟନ୍ତ୍ରଣ କରିବା ଲାଗି କିଏ ନିର୍ଣ୍ଣୟ ନେଇଥିଲା? ଏଥିପାଇଁ ପୋଲିସ ମାନୁଆଲରେ ବ୍ୟବସ୍ଥା ଅଛି କି? ଯଦି ସେମାନେ ପୋଲିସ ନୁହନ୍ତି, ତେବେ ସେମାନଙ୍କୁ ଚିହ୍ନଟ କରି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି? କରିପାରିବ କି? କୁହାଯାଉଛି, ବିକ୍ଷୋଭକାରୀ ଢେଲା, ଟେକା ପକାଇଲେ, ପୋଲିସ ଆହତ ହେଲେ । ସେଇ ଭୁବନେଶ୍ୱର ପରା ସାକ୍ଷୀ ଅଛି, ବିଜୁ ପଟ୍ଟନାୟକଙ୍କ ଉପସ୍ଥିତିରେ ଯୁବକ ଟେକା ଫୋପାଡ଼ି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ନାକ ଫଟାଇଦେଇଥିଲେ । ଏକଥା କ’ଣ ଲୋକେ ଭୁଲିଗଲେଣି ।

ଏହା ସହ ସେ ପୋଲିସକୁ ପରାମର୍ଶ ଦେଇ ଲେଖିଛନ୍ତି, ପୋଲିସ ଓ ପ୍ରଶାସନ ବିରୋଧରେ ଯୁବମୋର୍ଚ୍ଚା ବିକ୍ଷୋଭ କରୁଥିଲା । ପୋଲିସ ତଥା ପ୍ରଶାସନ ତେଣୁ ସଂଜତ ଭାବେ ବ୍ୟବହାର କରିବା ଉଚିତ୍ ଥିଲା । ସେପରି କରିଥିଲେ ଶାସନର ସମ୍ମାନ ବଢିଥାଆନ୍ତା । ହିଂସାର ଉତ୍ତର ପୋଲିସ ଦ୍ୱାରା ଅଧିକ ହିଂସା ଦ୍ୱାରା ଦେବା ଫଳରେ ଜନଅସନ୍ତୋଷ ଅଧିକ ବଢ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ସାଇକେଲରେ ବୁହା ହେଲା ଶବ 🔴 ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍