ବେଲ୍ ମିଳିବା ପରେ ବି ଜେଲରେ ରହିବେ ଭବ

ଯାଜପୁର (ବଡ଼ ଖବର ବ୍ୟୁରୋ): ଭବଙ୍କ ପାଇଁ ବଢ଼ିଲା ଅଡୁଆ । ଶୁକ୍ରବାର ଯାଜପୁର ଜିଲ୍ଲା ଦୌରାଜଜ ଭବଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏବେ ବି କୋର୍ଟରେ ବିଚାରଧୀନ ରହିଛି ୩ଟି ମାମଲା । ବିରଜା ହାଟରେ ଚାଷୀକୁ ଆକ୍ରମଣ ଘଟଣାରେ ଶୁକ୍ରବାର ଯାଜପୁରର ଜିଲ୍ଲା ଦୌରାଜଜ ପୂର୍ବତନ ବିଧାୟକଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିଲେ ମଧ୍ୟ ଅନ୍ୟ ତିନିଗୋଟି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଭବ ଜେଲରେ ରହିବେ ବୋଲି ଭବଙ୍କ ଓକିଲ ପ୍ରବୀର ରାୟ ସୂଚନା ଦେଇଛନ୍ତି ।

ଚଳିତ ମାସ ୨୧ତାରିଖ ଦିନ ଯାଜପୁରର ସର୍ବପୁରାତନ ବିରଜା ହାଟରେ ଚାଷୀ ମଦନ ନାୟକ ପରିବା ବିକ୍ରି କରୁଥିବା ସମୟରେ ଭବ ଓ ତାଙ୍କର ସମର୍ଥକ ମାନେ ଚାଷୀ ମଦନକୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ମଦନ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାଷୀର ଲିଖିତ ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଭବଙ୍କୁ ଜେଲ ପଠାଇ ଦେଇଥିଲେ । ଆଜି କୋର୍ଟରେ ଭବଙ୍କ ଜାମିନ ପାଇଁ ଆବେଦନ କରାଯାଇଥିବାବେଳେ ଚାଷୀ କୋର୍ଟରେ ପହଂଚି ସତ୍ୟପାଠ ମାଧ୍ୟମରେ କେଶ ପ୍ରତ୍ୟାହାର ପାଇଁ ଜଣାଇଥିଲେ ।

ସେପଟେ ଭବଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଓକିଲ କୋର୍ଟଙ୍କୁ ଜଣାଇବା ପରେ ସମସ୍ତ କଥାକୁ ବିଚାର କରି ମାନ୍ୟବର କୋର୍ଟ ଭବଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇଥିଲେ ମଧ୍ୟ ଅନ୍ୟ ତିନିଗୋଟି ମକଦ୍ଦମା ଥିବାରୁ ଭବ ଜେଲ ରହିବେ ବୋଲି ଓକିଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଶ୍ରୀମତୀ ଖୁଣ୍ଟିଆ ସାମଲଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଯାଜପୁର ଥାନା ପୋଲିସ ଏକ ଜାତିଆଣା ମକଦମା ରୁଜୁ କରିଛି । ଯାହାକୁ ନେଇ ଆଗାମୀ ଦିନରେ ଭବଙ୍କ ପାଇଁ ଅଡୁଆ ଦେଖାଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ