Masthead

ବିଡିଓଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଛ ଡକାୟତି ଅଭିଯୋଗରେ ବିଡ଼ିଓଙ୍କ ନାମରେ ଏତଲା । ଭୋଗରାଇ ବ୍ଲକ ପରିସରରୁ ରାତି ଅଧିଆ ମୂଲ୍ୟବାନ ଗଛ କାଟି ବେନିୟମ ଭାବେ ବିକ୍ରି ଘଟଣାରେ ଭୋଗରାଇ ବିଡ଼ିଓ ଉମାକାନ୍ତ ପରିଡ଼ାଙ୍କ ବିରୋଧରେ ଭୋଗରାଇ ଥାନାରେ ଏତଲା ଦେଇଛି ଭୋଗରାଇ ବ୍ଲକ କଂଗ୍ରେସ । ଥାନାଛକରେ ରାଲି କରିବା ସହିତ ପଥପ୍ରାନ୍ତ ମଧ୍ୟ କରିଥିଲେ । ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ବ୍ଲକ ଘେରାଉ ସହିତ ଗ୍ରୀନ ଟ୍ୟୁବନାଲରେ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କହିଛି ।

ସୂଚନା ଅନୁସାରେ, ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ ରାତି ଅଧରେ ଲୁଟ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଲୁଟ ବେଳର ଭିଡିଓ ଭାଇରଲ ମଧ୍ୟ ହୋଇଥିଲା । ଆଉ ଏଥିରେ ସିଧାସଳଖ ବିଡିଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣି ମାମଲା ରୁଜୁ କରିବାକୁ ଦାବି କରିଥିଲା କଂଗ୍ରେସ । ବ୍ଲକ ପରିସରରୁ ପ୍ରାୟ ୨୦ରୁ ଅଧିକ ଗଛ କଟାଯାଇ ଏହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର