Masthead

ମତଦାନ କେନ୍ଦ୍ର ପାଲଟିଲା ରଣକ୍ଷେତ୍ର, ଭୋଟିଂ ବାଧାପ୍ରାପ୍ତ

ଭୁବନ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । କାମାକ୍ଷାନଗର ନିର୍ବାଚନମଣ୍ଡଳି ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ବୁଥରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ମତଦାନ ପାତରଅନ୍ତରକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା। ଅଞ୍ଚଳବାସୀ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଯାହାଫଳରେ ବୁଥ କବାଟ ବନ୍ଦ କରାଯାଇଥିଲା ।

ବୁଥ ଆଗରେ ସ୍ଥାନୀୟ ବାସିନ୍ଦା ପ୍ରିଜାଇଡିଂ ଅଫିସରଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବା ଦାବିରେ ନାରାବାଜି ଚାଲିଥିଲା । ପରେ ଗଣ୍ଡଗୋଳ ଉଗ୍ର ରୂପର ନେଇଥିଲା । ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଖବର ପାଇ ଭୁବନ ଥାନାଧିକାରୀଣୀ ମନସ୍ମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବାର ଦେଖି ଗଣ୍ଡଗୋଳକାରୀ ଛତ୍ର ଭଙ୍ଗ ଦେଇଥିଲେ । ଥାନା ଅଧିକାରୀଣୀଙ୍କ ଉପସ୍ଥିତରେ ବୁଥ ଖୋଲାଯାଇ ପୁନର୍ବାର ଦୁଇ ଘଣ୍ଟା ପରେ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଆରମ୍ଭ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ